ବିଜେପିରେ ମିଶିଲେ ଶେଖର ସୁମନ : ଶତ୍ରୁଘ୍ନ କହିଲେ ସେ ଭୁଲିଯାଇଛନ୍ତି ୨୦୦୯ର କଥା...

ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ଶେଖର ସୁମନଙ୍କ ସହ କଂଗ୍ରେସ ମୁଖପାତ୍ର ରାଧିକା ଖେଡା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ ଉଭୟ ନେତାଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପ୍ରଦାନ କରାଯାଇଥିଲା।
ଶତ୍ରୁଘ୍ନ କହିଛନ୍ତି, “ତାଙ୍କର ବିଜେପିରେ ଯୋଗଦେବା ସମୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଲୋକସଭା ନିର୍ବାଚନ ଚାଲିଥିବାବେଳେ ସେ ଏକ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି। ସେ ଭୁଲି ଯାଇଛନ୍ତି କି? ୨୦୦୯ ମସିହାରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିପକ୍ଷରେ ପାଟନା ସାହିବରୁ ଶେଖର ସୁମନ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଶେଖରଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା।
ମୁଁ ସେତେବେଳେ ବିଜେପିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲି, ଯେଉଁଥିରେ ଏଲ.କେ ଆଡଭାନୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ପରି ନେତା ଭାରତୀୟ ଜନତା ପାର୍ଟିର ମୁଖ୍ୟ ଥିଲେ। ବିଜେପି ଏକ ଲମ୍ବା ରାସ୍ତା ଅତିକ୍ରମ କରିଛି। ମୁଁ ଆଶା କରୁଛି ଯେ, ସେ ନିଜେ କ’ଣ କରୁଛନ୍ତି ତାହା ଭଲ ଭାବରେ ଜାଣିଛନ୍ତି । ଲୋକସଭା ନିର୍ବାଚନ ସମୟରେ ତାଙ୍କୁ ଏହି ଅନନ୍ୟ ପଦକ୍ଷେପ ନେବାକୁ ପ୍ରେରଣା କିଏ ଦେଲା ତାହା ମୁଁ ଜାଣେ ନାହିଁ। କିନ୍ତୁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।”
Powered by Froala Editor