ଭାଇଙ୍କ ସହ ସମସ୍ତ ସମ୍ପର୍କ ତୁଟାଇଲେ ମମତା
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିବା ପରେ ମମତା ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ବୁବୁନ ବିଜେପି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ମମତା ବାନାର୍ଜୀ କହିଛନ୍ତି, ମୁଁ ତାଙ୍କୁ ପରିବାରର ଏକ ଅଂଶ ଭାବୁନାହିଁ। ମୁଁ ଏବଂ ମୋ ପରିବାର ବାବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ଶେଷ କରିଛୁ। ବୁବୁନ ଭୁଲି ଯାଇଛନ୍ତି ଆମ ପିତାଙ୍କ ମୃତ୍ୟୁ ପରେ ତାଙ୍କର ଲାଳନପାଳନ କିପରି ହୋଇଥିଲା । ବୁବୁନ ସେତେବେଳେ ଅଢ଼େଇ ବର୍ଷର ଥିଲେ। ମୁଁ ମାସକୁ ୩୫ ଟଙ୍କା ରୋଜଗାର କରୁଥିଲି। ଏଥିରେ ଆମେ ଚଳୁଥିଲୁ।
ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଏନେଇ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦିଦିଙ୍କର ଏବେ ନିଜ ସରକାର ଏବଂ ପାର୍ଟି ଉପରେ ନିୟନ୍ତ୍ରଣ ନାହିଁ। ଏବେ ତାଙ୍କର ନିଜ ଭାଇ ଟିଏମସି ବିରୋଧରେ ବିଦ୍ରୋହ କରିଛନ୍ତି। ମମତା ଅଭିଷେକ ବାନାର୍ଜୀଙ୍କୁ ପ୍ରାଥମିକତା ଦେବାର ଏହା ପରିଣାମ।
Powered by Froala Editor