ରାତିରେ ବୁଲିପାରିବେ ନନ୍ଦନକାନନ
ଏଣିକି ରାତିରେ ନନ୍ଦନକାନନ ବୁଲିପାରିବେ ପର୍ଯ୍ୟଟକ। ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ 'ନାଇଟ୍ ଆଉଟ ଆଟ୍ ଜୁ'। ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ ।
ଏହା ହେଉଛି ଏକ ଉଲ୍ଲେଖନୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଯେଉଁଥିରେ ଜଙ୍ଗଲ ଏବଂ ରାତିର ପଶୁମାନଙ୍କର ଚମତ୍କାର ଆଡାପ୍ଟେସନ୍ ବିଷୟରେ ଜାଣିପାରିବେ। ଏହି ସମୟରେ ରାତ୍ରିଚର ପ୍ରାଣୀଙ୍କ ଜୀବନଶୈଳୀର ଅଧ୍ୟୟନ କରିବାକୁ ସୁଯୋଗ ମିଳିବ ।
୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ବ୍ୟାଟେରୀ ଗାଡ଼ିରେ ବୁଲି ଦର୍ଶକମାନେ ନନ୍ଦନକାନନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଏହି କାର୍ଯ୍ୟକ୍ରମ କେବଳ ରବିବାର କରାଯିବ। ଏହି ଦିନ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ। ଯାତ୍ରୀମାନଙ୍କୁ ସନ୍ଧ୍ୟା ୬ଟା ୧୫ ସୁଧା ଆସି ବହୁତଳ କାର ପାର୍କିଂ ସେଣ୍ଟରରେ ପହଂଚିବାକୁ ପଡିବ।
ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ ରେ ଆରମ୍ଭ ହୋଇ ୮ଟା ସମୟରେ ଶେଷ ହେବ। ଭିତରକୁ ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ବ୍ୟାଗ ନେବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ଯାତ୍ରୀଙ୍କୁ କୌଣସି ଉଚ୍ଚ ଦକ୍ଷତାପୂର୍ଣ୍ଣ କ୍ୟାମେରା ମଧ୍ୟ ସାଙ୍ଗରେ ନେବାକୁ ଅନୁମତି ଦିଆଯିବ ନାହିଁ।
Powered by Froala Editor