ବିଏସ୍ପି ନିଜ ଶକ୍ତି ବଳରେ ଏକାକି ଲଢ଼ିବ : ମାୟାବତୀ
କଂଗ୍ରେସ ସହ ମେଣ୍ଟ ନେଇ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍ପି) ସୁପ୍ରିମୋ ମାୟାବତୀ। ୨୦୨୪ ସାଧାରଣ ନିର୍ବାଚନରେ ଏକା ଲଢ଼ିବ ମାୟାବତୀଙ୍କ ବିଏସପି । ବିଏସପି କୌଣସି ମେଣ୍ଟରେ ସାମିଲ ହେବ ନାହିଁ । ଏହି ଖବର ଗୁଜବ। ନିଜ ଶକ୍ତି ଅନୁସାରେ ଏକା ନିର୍ବାଚନ ଲଢ଼ିବ ଏବଂ ଭଲ ପ୍ରଦର୍ଶନ କରିବ ବୋଲି ମାୟାବତୀ କହିଛନ୍ତି ।
ମାୟାବତୀ ଟୁଇଟ୍ କରି କହିଛନ୍ତି, ବିଏସ୍ପି ଦେଶରେ ଲୋକ ସଭା ନିର୍ବାଚନ ଏକାକି ନିଜ ଶକ୍ତି ବଳରେ ଲଢ଼ିବ। ଏଭଳି ସ୍ଥିତିରେ ଏକ ନିର୍ବାଚନୀ ମେଣ୍ଟ ଅଥବା ତୃତୀୟ ସାମ୍ମୁଖ୍ୟ ଗଠନ ବିଷୟରେ ଗୁଜବ ପ୍ରଚାର କରିବା ଭୁଲ ଖବର। ଗଣମାଧ୍ୟମ ଏଭଳି ଦୁର୍ଭାଗ୍ୟଜନକ ଖବର ଦେଇ ନିଜର ବିଶ୍ୱାସନୀୟତା ହରାଇବା ଉଚିତ୍ ନୁହେଁ।
ଇଣ୍ଡିଆ ମେଣ୍ଟରେ ମାୟାବତୀ ସାମିଲ ହେବା ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ଏହା ପୂର୍ବରୁ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲା ବିଏସପି । ମୋଟ ୩୮ ଆସନରେ ବିଏସପି ନିର୍ବଚାନ ଲଢ଼ିଥିବା ବେଳେ ୨୨ ପ୍ରତିଶତ ଭୋଟ ହାସଲ କରିଥିଲା ।
Powered by Froala Editor