ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଜୟ ମହାପାତ୍ର, ଜାଣନ୍ତୁ କାହିଁକି ?
ଭୁବନେଶ୍ୱର: ପୁଅ ଅରବିନ୍ଦ ଗତକାଲି ବିଜେଡିରେ ମିଶିବା ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗତକାଲି ମୋ ପୁଅକୁ ଆଶୀର୍ବାଦ ଦେଲେ । ଭଲ ହେଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବି । ମୁଖ୍ୟମନ୍ତ୍ରୀ କହିଥିବା କଥା ମୋ ପୁଅ ନବୀନ ନିବାସରୁ ଆସି ମୋତେ କହିଛି ।
ପ୍ରକାଶ ଯେ ଗତକାଲି ଅରବିନ୍ଦ ନିଜର ଶତାଧିକ ସମର୍ଥକଙ୍କ ସହ ଗତକାଲି ନବୀନ ନିବାସ ଯାଇ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଦଳକୁ ସ୍ୱାଗତ କରିଥିଲେ । ଆଉ କହିଥିଲେ ତୁମ ପ୍ରତି ମୋର ଆଶୀର୍ବାଦ ଅଛି । ତୁମ ବାପାଙ୍କୁ ଏକଥା ଜଣାଇଦେବ । ହଁ.. ନିଶ୍ଚିତ ଜଣାଇ ଦେବ । ଅରବିନ୍ଦ ବାବୁ.. ତୁମକୁ ବିଜୁ ଜନତା ଦଳକୁ ସ୍ୱାଗତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ କଠିନ ପରିଶ୍ରମ କର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅରବିନ୍ଦଙ୍କୁ ପରାମର୍ଶ ଦେଇଥିଲେ ।
Powered by Froala Editor