ବିବାହ ଭୋଜି ଖାଇ ୩୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମୃତ
ମାଥିଲି: ବିବାହ ଭୋଜି ଖାଇ ଦୁଇଟି ଗାଁର ତିରିଶରୁ ଉର୍ଦ୍ଧ୍ୱ ଆକ୍ରାନ୍ତ । ଜଣେ ମୃତ, ୩୦ ରୁ ଅଧିକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ବନ୍ଧଗୁଡା ଏବଂ ନୂଆଗୁଡା ।
ବନ୍ଧଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଚାଉଳମେନ୍ଦି ପଂଚାୟତର ବନ୍ଧଗୁଡା ନୂଆଗୁଡା ସହ ଆଖପାଖ ଅଂଚଳର ଗ୍ରାମବାସୀ ଭୋଜି ଖାଇଥିଲେ । ଗତକାଲି ଭୋଜି ଖାଇଥିବା ନୂଆଗୁଡା ଗ୍ରାମର କିଛି ଶିଶୁ ପ୍ରଥମେ ଅସୁସ୍ଥ ହୋଇଥିଲେ । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ବାରୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ପରେ ପର୍ୟ୍ୟାୟ କ୍ରମେ ଗୁରୁତରଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା ।
ଏପରିକି ଜଣେ ଆଠ ବର୍ଷୀୟା ଶିଶୁ ଦହନା ନାଲିଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ମାଥିଲିରୁ ଏକ ଡାକ୍ତରୀଦଳ ନୂଆଗୁଡା ଗାଁରେ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଚାରି ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ମାଲକାନଗିରିରୁ ମଧ୍ୟ ଏକ ଡାକ୍ତରିଦଳ ନୂଆଗୁଡା ଗାଁରେ ପହଂଚି ଆକ୍ରାନ୍ତ ଖାଇଥିବା ଖାଦ୍ୟର ନମୂନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠାଇଛନ୍ତି । ସମସ୍ତ ଆକ୍ରାନ୍ତ ଙ୍କୁ ପର୍ୟ୍ୟାୟକ୍ରମେ ମାଥିଲି ଡାକ୍ତରଖାନାକୁ ଅଣାଯାଇଛି । ଗାଁରେ ସ୍ଥିତି ସ୍ୱାଭାବିକ ଥିବା ବେଳେ ଏକ ଡାକ୍ତରୀ ଦଳ ନୂଆଗୁଡା ରେ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି ।
Powered by Froala Editor