Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ...

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ...

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ...

  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ...

  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ...

  • ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ...

  • ଆଉ କାହାକୁ ନୁହେଁ, କେବଳ ଭଗବାନଙ୍କୁ ...

  • ମାଉଣ୍ଟ ମିଜହିରଗିରେ ହିମସ୍ଖଳନ, ୧୨ ...

  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ...

ରାଜନୀତି
Home ›› ରାଜନୀତି ››ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ

2024-03-05 16:45:12
15462
Share:
Facebook
Twitter
E-Mail
WhatsApp
Telegram
ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ

ଭୁବନେଶ୍ୱର/ଚଣ୍ଡିଖୋଲ, ତା.୦୫/୦୩: ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିକଶିତ ଭାରତ ବିକଶିତ ଓଡ଼ିଶା ସମାବେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କାର୍ଯ୍ୟକର୍ତାଙ୍କ ମନରେ ଜୋସ୍ ଭରିଛନ୍ତି । ଜନସଭାରେ ବିଶାଳ ଜନସମାବେଶକୁ ଦେଖି ମୋଦି କହିଛନ୍ତି ଯେ, ଆଜିର ଏହି ଚଣ୍ଡିଖୋଲ ଜନ ସମାବେଶର ଭିଡ ହିଁ ପ୍ରମାଣିତ କରୁଛି, ଲୋକଙ୍କ ମୁଡ୍ ବିଜେପି ସହ ଅଛି । ଓଡ଼ିଶାର ଲୋକମାନେ ମନସ୍ଥ କରି ସାରିଲେଣି ଏଥର ବିଜେପିକୁ ଜିତାଇବେ । ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ ନାରା ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ସଂକଳ୍ପ କ’ଣ ତାହା ଆଜିର ଜନସଭାର ଭିଡ ପ୍ରମାଣିତ କରୁଛି ।

ପ୍ରଧାନମନ୍ତ୍ରୀ ମୋଦିଜୀ କହିଛନ୍ତି ଯେ, ଦେଶରେ ଏକ ମଜ୍‌ବୁତ ଓ ଗରିବଙ୍କ ପାଇଁ ସମର୍ପିତ ସରକାର ପୁଣି ଥରେ ହେବାକୁ ଯାଉଛି । ବିଜେପି ସରକାରର ସଂକଳ୍ପ ହେଉଛି କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନରେ ପରିବର୍ତନ ଆଣିବା । ବିଗତ ୧୦ବର୍ଷ ହେଲା ବିଜେପି ସରକାର ଓଡ଼ିଶାରେ ବିପୁଳ ପୁଞ୍ଜୀନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ ଏହା ହେଉଛି ମୋଦି ସରକାରର ଲକ୍ଷ୍ୟ । ଓଡିଶା ଅନେକ ଶିଳ୍ପର ଏକ ବଡ କେନ୍ଦ୍ର ହେବାକୁ ଯାଉଛି । ୨୦୧୪ ପୂର୍ବରୁ କଂଗ୍ରେସ ଦଳ କେବଳ ନିଜ ସିନ୍ଦୁକରେ ଅର୍ଥ ଭରୁଥିଲା । ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି ପାଇଁ କାମ କରୁଥିଲା କଂଗ୍ରେସ ସରକାର କିନ୍ତୁ ୨୦୧୪ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା । ଦେଶର ଗରିବ ଲୋକଙ୍କ ବିକାଶ ପାଇଁ ସେ ଗ୍ୟାରେଂଟି ନେଲା ଯାହା ନାମ ହେଉଛି “ମୋଦି ଗ୍ୟାରେଂଟି” । ଆଜି ବିଶ୍ୱାସ ଜନ୍ମିଛି, ମୋଦି ଦେଶର ଗରିବଙ୍କ ସାଥିରେ ଅଛି । ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଓଡ଼ିଶାରେ ପିଏମ୍ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ଆର୍ôଥକ ସହାୟତା ମିଳୁଛି । ପିଏମ୍ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି । ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ଓଡିଶାର ଗରିବ ଲୋକଙ୍କ ପାଇଁ ପକ୍କା ଘର ବାସ୍ତବତା ପାଲଟିଛି । ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ “ମୋଦିର ସଂକଳ୍ପ” ଆରମ୍ଭ ହୁଏ, ଏହା ହିଁ “ମୋଦି ଗ୍ୟାରେଂଟି” । ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି ଓଡିଶା । ସମସ୍ତଙ୍କୁ ବିଜୁଳି ଦେବା ମୋଦିଙ୍କର ଗ୍ୟାରେଂଟି । ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯାଉଛି । ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ୩ ଲକ୍ଷ ଲକ୍ଷପତି ଦିଦି ବନାଇବାର ଦାୟିତ୍ୱ ନେଇଛନ୍ତି ମୋଦିଜୀ । 

ଚଣ୍ଡିଖୋଲ ସଭାରେ ଲୋକଙ୍କ ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣମାନଙ୍କ ଭଲ ପାଇବା ଦେଖି ମୁଁ ଅଭିଭୂତ । ପ୍ରଭୁ ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି । କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ଉଦ୍ୟମ ପସନ୍ଦ ଆସୁନି । ବିରୋଧୀ ଦଳର ଲୋକମାନେ ଏବେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି । ସେମାନଙ୍କ ପାଇଁ ଏକମାତ୍ର ବିଚାରଧାରା ହେଉଛି “ପରିବାର ପ୍ରଥମ”, ମୋଦିର ବିଚାରଧାରା ହେଉଛି “ଦେଶ ପ୍ରଥମ” । ଆପଣମାନେ “ପରିବାର ପାଇଁ ବଂଚନ୍ତି, ମୋଦି ଦେଶ ପାଇଁ ବଂଚେ” । ମୋଦି କୋଟି କୋଟି ପୁଅ ଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ । ମୋଦି ସରକାରର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତମ ଅର୍ଥନୀତି କରିବା । ସେମାନେ ନିଜ ପରିବାର ପାଇଁ ବଡ ବଡ ମହଲ ବନାଉଛନ୍ତି କିନ୍ତୁ ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି । ସେମାନେ ନିଜେ ଧନୀ ହେଉଛନ୍ତି, ମୋଦି ୨୫କୋଟିଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି । ମୋଦିର ନାରା “ମେରା ଭାରତ ମେରା ପରିବାର” । ଏ କଥା ଏ ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି । କାଲିଠାରୁ କୋଟି କୋଟି ଲୋକ “ମୁଁ ମୋଦି ପରିବାରର” କହୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଓଡିଶାରେ ଏଥର ଅଧିକରୁ ଅଧିକ ପଦ୍ମଫୁଲ ଫୁଟିବ । ଓଡ଼ିଶାର ଗରିବ ଲୋକ, ଯୁବକ, ମାତୃଶକ୍ତି, କୃଷକ ସମସ୍ତେ ଏଥର ବିଜେପି ଉପରେ ଭରଷା କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ବିଜେପିର ବିଜୟରେ ଓଡ଼ିଶାର ବଡ ଭୂମିକା ରହିବ ।

ଆଜିର ଏହି ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ । 

Powered by Froala Editor

Tags Prime minister Modi

Related articles Odisha News Lens 4.1

  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?
    ବିଶେଷ

    ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15646
    Sep 09, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
    ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14201
    Sep 10, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15476
    Sep 10, 2026
  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ
    ଦେଶ-ଦେଶାନ୍ତର

    ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13359
    Sep 10, 2026
  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍
    ଦେଶ-ଦେଶାନ୍ତର

    ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

    14710
    Sep 10, 2026
  • ଆଉ କାହାକୁ ନୁହେଁ, କେବଳ ଭଗବାନଙ୍କୁ ଡରିବାକୁ ମାତାପିତା ମୋତେ ଶିଖାଇଛନ୍ତି: ...
    ଦେଶ-ଦେଶାନ୍ତର

    ଆଉ କାହାକୁ ନୁହେଁ, କେବଳ ଭଗବାନଙ୍କୁ ଡରିବାକୁ ମାତାପିତା ମୋତେ ଶିଖାଇଛନ୍ତି: ...

    14532
    Sep 09, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...

    13657
    Sep 09, 2026
  • ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ...

    14682
    Sep 09, 2026
  • ମାଉଣ୍ଟ ମିଜହିରଗିରେ ହିମସ୍ଖଳନ, ୧୨ ପର୍ବତାରୋହୀ ମୃତ, ୬ ନିଖୋଜ
    ଦେଶ-ଦେଶାନ୍ତର

    ମାଉଣ୍ଟ ମିଜହିରଗିରେ ହିମସ୍ଖଳନ, ୧୨ ପର୍ବତାରୋହୀ ମୃତ, ୬ ନିଖୋଜ

    15618
    Sep 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ଜାଣନ୍ତୁ କାହିଁକି?

    14682
    Sep 09, 2026
  • ଦେଶ-ଦେଶାନ୍ତର

    ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

    14710
    Sep 10, 2026
  • ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    14838
    Sep 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17087
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17753
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17753
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18159
    Sep 06, 2023

ବିଶେଷ

  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15646
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14550
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13861
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14666
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14971
    Aug 30, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13703
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14595
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15030
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14989
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    13657
    Sep 09, 2026
  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    14838
    Sep 10, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14201
    Sep 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In