Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

ରାଜନୀତି
Home ›› ରାଜନୀତି ››ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ

2024-03-05 16:45:12
15366
Share:
Facebook
Twitter
E-Mail
WhatsApp
Telegram
ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ

ଭୁବନେଶ୍ୱର/ଚଣ୍ଡିଖୋଲ, ତା.୦୫/୦୩: ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିକଶିତ ଭାରତ ବିକଶିତ ଓଡ଼ିଶା ସମାବେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କାର୍ଯ୍ୟକର୍ତାଙ୍କ ମନରେ ଜୋସ୍ ଭରିଛନ୍ତି । ଜନସଭାରେ ବିଶାଳ ଜନସମାବେଶକୁ ଦେଖି ମୋଦି କହିଛନ୍ତି ଯେ, ଆଜିର ଏହି ଚଣ୍ଡିଖୋଲ ଜନ ସମାବେଶର ଭିଡ ହିଁ ପ୍ରମାଣିତ କରୁଛି, ଲୋକଙ୍କ ମୁଡ୍ ବିଜେପି ସହ ଅଛି । ଓଡ଼ିଶାର ଲୋକମାନେ ମନସ୍ଥ କରି ସାରିଲେଣି ଏଥର ବିଜେପିକୁ ଜିତାଇବେ । ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ ନାରା ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ସଂକଳ୍ପ କ’ଣ ତାହା ଆଜିର ଜନସଭାର ଭିଡ ପ୍ରମାଣିତ କରୁଛି ।

ପ୍ରଧାନମନ୍ତ୍ରୀ ମୋଦିଜୀ କହିଛନ୍ତି ଯେ, ଦେଶରେ ଏକ ମଜ୍‌ବୁତ ଓ ଗରିବଙ୍କ ପାଇଁ ସମର୍ପିତ ସରକାର ପୁଣି ଥରେ ହେବାକୁ ଯାଉଛି । ବିଜେପି ସରକାରର ସଂକଳ୍ପ ହେଉଛି କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନରେ ପରିବର୍ତନ ଆଣିବା । ବିଗତ ୧୦ବର୍ଷ ହେଲା ବିଜେପି ସରକାର ଓଡ଼ିଶାରେ ବିପୁଳ ପୁଞ୍ଜୀନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ ଏହା ହେଉଛି ମୋଦି ସରକାରର ଲକ୍ଷ୍ୟ । ଓଡିଶା ଅନେକ ଶିଳ୍ପର ଏକ ବଡ କେନ୍ଦ୍ର ହେବାକୁ ଯାଉଛି । ୨୦୧୪ ପୂର୍ବରୁ କଂଗ୍ରେସ ଦଳ କେବଳ ନିଜ ସିନ୍ଦୁକରେ ଅର୍ଥ ଭରୁଥିଲା । ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି ପାଇଁ କାମ କରୁଥିଲା କଂଗ୍ରେସ ସରକାର କିନ୍ତୁ ୨୦୧୪ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା । ଦେଶର ଗରିବ ଲୋକଙ୍କ ବିକାଶ ପାଇଁ ସେ ଗ୍ୟାରେଂଟି ନେଲା ଯାହା ନାମ ହେଉଛି “ମୋଦି ଗ୍ୟାରେଂଟି” । ଆଜି ବିଶ୍ୱାସ ଜନ୍ମିଛି, ମୋଦି ଦେଶର ଗରିବଙ୍କ ସାଥିରେ ଅଛି । ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଓଡ଼ିଶାରେ ପିଏମ୍ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ଆର୍ôଥକ ସହାୟତା ମିଳୁଛି । ପିଏମ୍ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି । ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ଓଡିଶାର ଗରିବ ଲୋକଙ୍କ ପାଇଁ ପକ୍କା ଘର ବାସ୍ତବତା ପାଲଟିଛି । ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ “ମୋଦିର ସଂକଳ୍ପ” ଆରମ୍ଭ ହୁଏ, ଏହା ହିଁ “ମୋଦି ଗ୍ୟାରେଂଟି” । ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି ଓଡିଶା । ସମସ୍ତଙ୍କୁ ବିଜୁଳି ଦେବା ମୋଦିଙ୍କର ଗ୍ୟାରେଂଟି । ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯାଉଛି । ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ୩ ଲକ୍ଷ ଲକ୍ଷପତି ଦିଦି ବନାଇବାର ଦାୟିତ୍ୱ ନେଇଛନ୍ତି ମୋଦିଜୀ । 

ଚଣ୍ଡିଖୋଲ ସଭାରେ ଲୋକଙ୍କ ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣମାନଙ୍କ ଭଲ ପାଇବା ଦେଖି ମୁଁ ଅଭିଭୂତ । ପ୍ରଭୁ ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି । କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ଉଦ୍ୟମ ପସନ୍ଦ ଆସୁନି । ବିରୋଧୀ ଦଳର ଲୋକମାନେ ଏବେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି । ସେମାନଙ୍କ ପାଇଁ ଏକମାତ୍ର ବିଚାରଧାରା ହେଉଛି “ପରିବାର ପ୍ରଥମ”, ମୋଦିର ବିଚାରଧାରା ହେଉଛି “ଦେଶ ପ୍ରଥମ” । ଆପଣମାନେ “ପରିବାର ପାଇଁ ବଂଚନ୍ତି, ମୋଦି ଦେଶ ପାଇଁ ବଂଚେ” । ମୋଦି କୋଟି କୋଟି ପୁଅ ଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ । ମୋଦି ସରକାରର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତମ ଅର୍ଥନୀତି କରିବା । ସେମାନେ ନିଜ ପରିବାର ପାଇଁ ବଡ ବଡ ମହଲ ବନାଉଛନ୍ତି କିନ୍ତୁ ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି । ସେମାନେ ନିଜେ ଧନୀ ହେଉଛନ୍ତି, ମୋଦି ୨୫କୋଟିଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି । ମୋଦିର ନାରା “ମେରା ଭାରତ ମେରା ପରିବାର” । ଏ କଥା ଏ ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି । କାଲିଠାରୁ କୋଟି କୋଟି ଲୋକ “ମୁଁ ମୋଦି ପରିବାରର” କହୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଓଡିଶାରେ ଏଥର ଅଧିକରୁ ଅଧିକ ପଦ୍ମଫୁଲ ଫୁଟିବ । ଓଡ଼ିଶାର ଗରିବ ଲୋକ, ଯୁବକ, ମାତୃଶକ୍ତି, କୃଷକ ସମସ୍ତେ ଏଥର ବିଜେପି ଉପରେ ଭରଷା କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ବିଜେପିର ବିଜୟରେ ଓଡ଼ିଶାର ବଡ ଭୂମିକା ରହିବ ।

ଆଜିର ଏହି ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ । 

Powered by Froala Editor

Tags Prime minister Modi

Related articles Odisha News Lens 4.1

  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
    ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14632
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14835
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15555
    Nov 18, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14265
    Nov 17, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15262
    Nov 17, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    14002
    Nov 17, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14325
    Nov 18, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13582
    Nov 18, 2025
  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13807
    Nov 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14252
    Nov 17, 2025
  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14325
    Nov 18, 2025
  • ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13807
    Nov 18, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14265
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16086
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15151
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14427
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15286
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14722
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14313
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14632
    Nov 18, 2025
  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14325
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14835
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In