ରାଜଧାନୀରେ ଯୁବକଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ବର: ରାଜଧାନୀ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ଡେଲଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ ବୋଲି ଜଣାପଡିଛି। ସୋମବାର ସକାଳୁ ସେ କୌଣସି କାମରେ କିଛି ଯୁବକଙ୍କ ସହ ବାହାରକୁ ଯାଇଥିଲେ। ହେଲେ ଦିନ ପ୍ରାୟ ୨ଟା ବେଳକୁ ସାଙ୍ଗମାନେ ତାଙ୍କୁ ଅଚେତ ଅବସ୍ଥାରେ ଘରକୁ ଆଣିଥିଲେ। ଏବଂ ଅତ୍ୟଧିକ ବ୍ରାଉନ ସୁଗାର ଖାଇଥିବାରୁ ସେ ଅଚେତ ହୋଇଯାଇଥିବା ସାଙ୍ଗମାନେ ଦୀପକଙ୍କ ଘର ଲୋକଙ୍କୁ କହିଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୀପକଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ତାଙ୍କ ମାଆ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor