ଲଇକେରାରେ ୧୨ଘଣ୍ଟିଆ ବନ୍ଦ
ଝାରସୁଗୁଡା: ସବ୍ଡିଭିଜନ୍ ମାନ୍ୟତା ଦାବିରେ ଆଜି ଝାରସୁଗୁଡା ଜିଲ୍ଲା ଲଇକେରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଉପକଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି , ଲଇକେରା ଗ୍ରାମବାସୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବ୍ଳକ କୃଷକ ସଂଗଠନ ଏହାସହ ବ୍ୟବସାୟୀ ସଂଘ ସମେି ବିଭିନ୍ନ ସଂଗଠନର ନେତୃତ୍ଵରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡି ମୋଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟରେ କୌଣସି ଉପଖଣ୍ଡ ନଥିବାବେଳେ ଯେକୌଣସି କାମ ପାଇଁ ହେଲେ ଝାରସୁଗୁଡା ଜିଲ୍ଲା ସଦର ମହକୁମାକୁ ଯିବାକୁ ପଡିଥାଏ। ଜିଲ୍ଲା ମୁଖ୍ୟାଳୟରୁ ଲଇକେରା ବ୍ଲକ ୨୬ କିଲୋମିଟର ଦୂରରେ ରହିଥିବାବେଳେ ବ୍ଳକର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାୟ ୬୫ କିଲୋମିଟରରୁ ଅଧିକ ଦୂର। ସରକାର ଲଇକେରାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନକଲେ ଆଗାମୀ ଦିନରେ ଭୋଟ୍ ବର୍ଜନ କରିବା ସହ ଦୃଢ ପ୍ରତିବାଦ କରି ନିଜର ଦାବି ହାସଲ କରିବେ ବୋଲି କୁହାଯାଇଛି।
Powered by Froala Editor