ପୁଣି ଉପରମୁହାଁ କରୋନା : ଦେଶରେ ୬୦୨ ନୂଆ ପଜିଟିଭି ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କରୋନା ମିଟର । ଗତ ୨୪ଘଣ୍ଟାରେ ଦେଶରେ ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୪ଶହ ୪୦ରେ ପହଂଚିଛି ।
ମଙ୍ଗଳବାର ୫୭୩ଟି ନୂଆ ମାମଲା ରେକର୍ଡ ହୋଇଥିଲା। କରୋନାର ସବ-ଭାରିଆଣ୍ଟ ଜେଏନ.୧ଯୋଗୁ ଭାରତ ସମେତ ଅନ୍ୟାନ୍ୟ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଉଛି ।
Powered by Froala Editor