ରାମଲାଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି ଏହି କାରିଗର, ଜାଣନ୍ତୁ ତାଙ୍କ ବିଷୟରେ...
ଶ୍ରୀରାମ ମନ୍ଦିରର ଉଦଘାଟନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବାକୁ ଥିବା ମୂର୍ତ୍ତି ବି ଚୟନ ହୋଇଯାଇଛି। ଗର୍ଭଗୃହରେ ମଇସୁରର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ୫୧ଇଞ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ଖବର ରଟିବା ପରଠାରୁ ସବୁଆଡେ କାରିଗର ଅରୁଣ ଯୋଗୀରାଜଙ୍କର ସବୁଆଡେ ଚର୍ଚ୍ଚା। ଯାହା ଏବେ କାରିଗରଙ୍କ ଜୀବନକୁ ବଦଳାଇ ଦେଇଛି।
ଅରୁଣଙ୍କ ଜୀବନ ଏବେ କିପରି ବଦଳିଛି ସେ ନେଇ ତାଙ୍କ ପତ୍ନୀ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ତାଙ୍କ ସ୍ୱାମୀ ତଥା ମୂର୍ତ୍ତିକାରିଗର ଅରୁଣ ଯୋଗୀରାଜ ଆଇସୋଲେସନରେ ଥିବା ସେ କହିଛନ୍ତି। ତାଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଏଥିରେ ତାଙ୍କୁ କାହା ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ମନା କରାଯାଇଛି। ଏହା ଛଡା ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ମୂର୍ତ୍ତି ସମ୍ପର୍କରେ କାହାରିକୁ କୌଣସି ସୂଚନା ନ ଦେବାକୁ ମଧ୍ୟ କୁହାଯାଇଛି।
ରାମଲଲାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ତିନିଜଣ ଶିଳ୍ପୀଙ୍କୁ ଦିଆଯାଇଥିଲା। ଏହି ତିନିଜଣ ଶିଳ୍ପୀ ଭିନ୍ନଭିନ୍ନ ସ୍ଥାନରେ ମୂର୍ତ୍ତି ନିର୍ମାଣ କରିଥିଲେ। ରାମମନ୍ଦିରର ଗର୍ଭଗୃହରେ ସ୍ଥାପନ ପାଇଁ ତିନିଟି ମୂର୍ତ୍ତି ମଧ୍ୟରୁ କେଉଁ ମୂର୍ତ୍ତି ସ୍ଥାପନ ହେବ ତାହାର ଚୟନ ହୋଇଯାଇଛି।
ଅରୁଣଙ୍କ ପତ୍ନୀଙ୍କ ଅନୁସାରେ ରାମମନ୍ଦିରରେ ଅଋଣଙ୍କ ନିର୍ମିତ ମୂର୍ତ୍ତି ଲାଗିବ ବୋଲି ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି। ଏହି ଖବର ଜାଣିବା ପରଠାରୁ ସାରା ପରିବାରରେ ଖୁସିର ମାହୋଲ। ଅଭିନନ୍ଦନ ଜଣାଇବାକୁ ଘରକୁ ପଡୋଶୀ ଓ ସମ୍ପର୍କୀୟ ମଧ୍ୟ ଆସିବାକୁ ଲାଗିଲେଣି। ହେଲେ ଅରୁଣ ଯୋଗୀରାଜ ସମସ୍ତଙ୍କଠାରୁ ଏବେ ଦୂରରେ ଅଛନ୍ତି।
ଅରୁଣ ଯୋଗୀରାଜ କିଏ ?
ଅରୁଣ ଯୋଗୀରାଜ କର୍ଣ୍ଣାଟକର ଜଣେ ପ୍ରସିଦ୍ଧ ଶିଳ୍ପୀ। ସେ ମଇସୁର ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଜଣାଶୁଣା ଶିଳ୍ପୀ ଯୋଗୀରାଜଙ୍କ ପୁତ୍ର । ତାଙ୍କ ପାଞ୍ଚ ପିଢ଼ି ପ୍ରତିମା ତିଆରି କରିଆସୁଛନ୍ତି। ଯୋଗୀରାଜ ସୁଭାଷ ଚନ୍ଦ୍ର ବୋଷଙ୍କ ୩୦ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି ଅମର ଯବାନ୍ ଜ୍ୟୋତି ଠାରେ ରହିଛି। ଏଥିସହିତ ସେ କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କର ୧୨ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ରାମକୃଷ୍ଣ ପରମହଂସଙ୍କର ବି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।
Powered by Froala Editor