କୁକୁଡ଼ା ବୋଝେଇ ପିକ୍ଅପ୍ ଓଲଟିଲା : ସାହାଯ୍ୟ କରିବା ବଦଳରେ କୁକୁଡ଼ା ବୋହିଲେ ଲୋକେ

ଉତ୍ତରପ୍ରଦେଶର ଆଗ୍ରାରେ ଜାତୀୟ ରାଜପଥରେ ଏକ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇଥିଲା । ଦୁର୍ଘଟଣା ହେବାରୁ ଜାତୀୟ ରାଜପଥରେ ବହୁ ଗାଡି ଅଟକି ରହିଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
ତେବେ ଦୁର୍ଘଟଣାର ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁର୍ଘଟଣା ଘଟିଥିବା ଗାଡି ମଧ୍ୟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଥିଲା। ସକାଳୁ ସକାଳୁ ଏପରି ଘଟଣା ଘଟିବା ସମୟରେ ପ୍ରାତଃଭ୍ରମଣରେ ଯାଇଥିବା ଲୋକମାନେ ଜମା ହୋଇଯାଇଥିଲେ । ଦୁର୍ଘଟଣା ଦେଖି ଲୋକଙ୍କୁ ସାହାର୍ଯ୍ୟ କରିବା ବଦଳରେ ପଡିଥିବା କୁକୁଡ଼ା ବୋହି ନେଇଥିଲେ । ଏପିରିକି ରାସ୍ତାରେ ଯାଉଥିବା ଲୋକ ମଧ୍ୟ ଗାଡି ଅଟକାଇ କୁକୁଡ଼ା ବୋହି ନେଇଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡିରେ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କାର କୁକୁଡ଼ା ଥିଲା । ତେବେ ମାଲିକଙ୍କୁ ବହୁ ପରିମାଣର କ୍ଷତି ହୋଇଥିବା ସୂଚନା ମିଳିଛି।
ଏମିତିକି ଏହି ଦୁର୍ଘଟଣାରେ କୁକୁଡ଼ା ନେବା ପାଇଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ବି ଲାଗି ଯାଇଥିଲା। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାସ୍ଥଳରେ ବାରିକେଟ ଲଗାଇ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦେଇଥିଲା।
Powered by Froala Editor