ୟୁଟ୍ୟୁବ୍ରେ ବିଶ୍ୱର No1 ନେତା ନରେନ୍ଦ୍ର ମୋଦୀ, ୨ କୋଟି ସବ୍ସ୍କ୍ରିପ୍ସନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ୨ କୋଟି ସବ୍ସ୍କ୍ରିପ୍ସନ୍ ଅତିକ୍ରମ କରିଛି ଏବଂ ବିଶ୍ୱର ଶୀର୍ଷ ନେତାଙ୍କ ମଧ୍ୟରେ ଏହା ସର୍ବାଧିକ ଥିବା ଜଣାପଡ଼ିଛି। ତାଙ୍କର ଭିଡିଓଗୁଡ଼ିକ ୪୫୦ କୋଟି ଥର ଦେଖାଯାଇଥିବା ବେଳେ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରା ୟୁଟ୍ୟୁବରେ ପୋଷ୍ଟ କରାଯାଇଥିବା ଭିଡିଓର ଗୁଣବତ୍ତା ମାମଲାରେ ସବୁଠାରୁ ଆଗରେ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ବିଶ୍ୱ ନେତା ଯିଏ କି ତାଙ୍କ ବ୍ୟକ୍ତିଗତ ୟୁଟ୍ୟୁବ ଚ୍ୟାନେଲରେ ୨ କୋଟି ସବ୍ସ୍କ୍ରାଇବର ରହିବାର ଏହି ବିରଳ ଗୌରବ ହାସଲ କରିଛନ୍ତି । ତାଙ୍କୁ ବାଦ ଦେଲେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜେୟର ବୋଲ୍ସନୋରା ଅଛନ୍ତି, ଯାହାଙ୍କ ସବସ୍କ୍ରାଇବର୍ସ ସଂଖ୍ୟା ରହିଛି ୬୪ ଲକ୍ଷ। ତାଙ୍କ ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍ସ୍କି ୧.୧ ମିଲିୟନ ସବସ୍କ୍ରାଇବର୍ସ ସହ ପଛରେ ରହିଛନ୍ତି। ତେବେ ମୋଦିଙ୍କ ଏହି ଉପଲବ୍ଧି ଦେଶ ତଥା ବିଦେଶରେ ତାଙ୍କର ରାଜନୈତିକ ପ୍ରଭାବକୁ ଦର୍ଶାଉଥିବା କୁହାଯାଉଛି।
ଦୀର୍ଘ ବର୍ଷ ଧରି ମର୍ଣ୍ଣିଂ କନସଲ୍ଟ ଭଳି ଅନେକ ବିଶ୍ୱସ୍ତରୀୟ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ ପ୍ରତିଶତରୁ ଅଧିକ ଅନୁମୋଦନ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ମାନ୍ୟତା ଦିଆଯାଇଛି।
Powered by Froala Editor