ସରକାରୀ ସାକ୍ଷୀ ହେବେ ‘ନିଉଜ୍କ୍ଲିକ୍’ ଏଚଆର ମୁଖ୍ୟ
ଆତଙ୍କବାଦ ନିରୋଧୀ ମାମଲାରେ ସରକାରୀ ସାକ୍ଷୀ ହେବା ପାଇଁ ନିଉଜ୍ ୱେବ୍ସାଇଟ୍ ‘ନିଉଜ୍କ୍ଲିକ୍’ର ମାନବ ସମ୍ବଳ ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀ। ସେ ତଦନ୍ତକାରୀ ସଂସ୍ଥାକୁ ମାମଲା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସପକ୍ଷରେ ରହିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଗୋଟିଏ କୋର୍ଟରେ ଗୋଟିଏ ଆବେଦନ କରି ରାଜସାକ୍ଷୀ ବନିବାକୁ ରାଜି ଥିବା କହିଛନ୍ତି।
ଚୀନ୍ ସହିତ ସମ୍ପର୍କ ଥିବା ସଙ୍ଗଠନ ସହିତ ଯୋଗାଯୋଗ କରି ଚୀନ୍ର ପ୍ରଚାର ପ୍ରସାରଣ କରିବା ଲାଗି ଅର୍ଥ ଗ୍ରହଣ କରୁଥିବା ଅଭିଯୋଗରେ ‘ନିଉଜ୍କ୍ଲିକ୍’ ଆତଙ୍କବାଦ ନିରୋଧୀ ଆଇନ ‘ୟୁଏପିଏ’ ତଦନ୍ତର ସମ୍ମୁଖୀନ ହୋଇଛି।
ଏଥିପାଇଁ ‘ନିଉଜ୍କ୍ଲିକ୍’ କୋଟି କୋଟି ଟଙ୍କା ଗ୍ରହଣ କରିଥିବା କଥା ପ୍ରଥମେ ‘ଦି ନ୍ୟୁୟର୍କ ଟାଇମସ୍’ ରିପୋର୍ଟ କରିଥିଲା। ଉକ୍ତ ରିପୋର୍ଟ ଆଧାରରେ ତଦନ୍ତ କରାଯାଇ ‘ନିଉଜ୍କ୍ଲିକ୍’ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସରକାରୀ ସାକ୍ଷୀ ହେବା ପାଇଁ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍ ବିଚାରପତି ହରଦୀପ କୌର୍ଙ୍କ କୋର୍ଟରେ ଆବେଦନ କରିଥିବା ଅମିତ ଚକ୍ରବର୍ତ୍ତୀ ତାଙ୍କ ବୟାନ ରେକର୍ଡ କରାଇଥିଲେ।
କିଛି ଦିନ ତଳେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଚକ୍ରବର୍ତ୍ତୀ ଓ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ତଦନ୍ତ ଶେଷ କରିବାକୁ ଅତିରିକ୍ତ ୬୦ ଦିନର ସମୟ ଦେଇଥିଲେ। କୋର୍ଟ ସମୟ ବିସ୍ତାର କରିବା ପରେ ଚକ୍ରବର୍ତ୍ତୀ ରାଜସାକ୍ଷୀ ହେବାକୁ ଆବେଦନ କରିଛନ୍ତି।
Powered by Froala Editor