ଏହି ସରଳ ଉପାୟ ଆପଣନ୍ତୁ, ଅନୁଭବ ହେବ ନାହିଁ ଅଧିକ ଥକ୍କାପଣ

ଦିନ ଯାକ କାମର ବ୍ୟସ୍ତତା ମଧ୍ୟରେ, କାମର ପ୍ରଭାବରେ ଅଧିକାଂଶ ଚିନ୍ତାଗ୍ରସ୍ତ ରହି ଥାଆନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇ ନଥାଆନ୍ତି। ଫଳରେ ଥକ୍କାପଣର ମାତ୍ରା ବୃଦ୍ଧି ପାଇବା ସହ କାମରେ ଆଗ୍ରହ କମିଥାଏ। ତେବେ ଏଭଳି କେତେକ ସରଳ ଉପାୟ ବିଷୟରେ ଜାଣନ୍ତୁ ଯାଦ୍ୱାରା ଅଧିକ ଥକ୍କାପଣ ଅନୁଭବ ହେବ ନାହିଁ।
ସକାଳ ସମୟରେ କିଛି ସମୟ ଯୋଗ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ହାଲିଆ ଅନୁଭବ ହୋଇନଥାଏ।
ସପ୍ତାହକୁ ଥରେ ନିଜ କେଶରେ ତେଲ ମାଲିସ ନିଶ୍ଚୟ କରାନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ସହ ଥକ୍କାପଣ ଦୂର ହୋଇଥାଏ। ଦିନ ଯାକ ସତେଜ ଅନୁଭବ ହୋଇଥାଏ।
ସକାଳେ ସର୍ବଦା ସ୍ୱାସ୍ଥ୍ୟକର ଜଳଖିଆ ସେବନ କରନ୍ତୁ। କଦାପି ମସଲା କିମ୍ବା ବଜାରର ଖାଦ୍ୟ ନିୟମିତ ଖାଆନ୍ତୁ ନାହିଁ।
ପ୍ରତିଦିନ ଫଳ ନିଶ୍ଚୟ ଖାଆନ୍ତୁ।
ନିୟମିତ ପାଣିରେ ଅଳ୍ପ ଉଷୁମ ପାଣି ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଥକ୍କାପଣ ଦୂର ହୋଇଥାଏ।
ସକାଳ ସମୟରେ ଖୋଲା ପବନରେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହାଦ୍ୱାରା ସତେଜ ଅନୁଭବ ହେବା ସହ ହାଲିଆ ଅନୁଭବ ହୋଇନଥାଏ। ଦୁଃଶ୍ଚିନ୍ତା ଦୂର ହୋଇଥାଏ। କିଛି ସମୟ ଚାଲିବା ଦ୍ୱାରା ମଧ୍ୟ ଶରୀର ସୁସ୍ଥ ରହିଥାଏ।
Powered by Froala Editor