ଫୋପାଡ଼ନ୍ତୁନି ଲେମ୍ବୁ ଚୋପା, ଶରୀର ପାଇଁ ବେଶ୍ ଲାଭଦାୟକ
ଦୈନନ୍ଦିନ ଜୀବନରେ ଲେମ୍ବୁର ବ୍ୟବହାର ହୋଇଥାଏ। କିନ୍ତୁ ଜାଣନ୍ତି କି ଲେମ୍ବୁଠାରୁ ଲେମ୍ବୁ ଚୋପା ବେଶ୍ ଉପକାରୀ । ଚୋପାକୁ ଅଦରକାରୀ ମନେ କରି ଫୋପାଡ଼ନ୍ତୁନି, ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ।
ରିପୋର୍ଟ ଅନୁଯାୟୀ ୬ ଗ୍ରାମ ଲେମ୍ବୁ ଚୋପାରେ ୩ ଗ୍ରାମ କ୍ୟାଲୋରୀ, ୧ ଗ୍ରାମ କାର୍ବୋହାଇଡ୍ରେଟ୍, ୧ ଗ୍ରାମ ଫାଇବର ଏବଂ ୯ ପ୍ରତିଶତ ଭିଟାମିନ୍ ସି ରହିଥାଏ । ଲେମ୍ବୁ ଚୋପାରେ ଅଳ୍ପ ପରିମାଣର କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ରହିଛି ।
ଲେମ୍ବୁ ଚୋପାରେ ଥିବା ଡି-ଲିମୋନିନ୍ ନାମକ ପଦାର୍ଥ ହୃଦ୍ ରୋଗ ଏବଂ ଟାଇପ୍-୨ ମଧୁମେହକୁ ହ୍ରାସ କରିପାରେ । ଲେମ୍ବୁ ଚୋପା ଓଜନ ହ୍ରାସ କରିବା ସହ BP ନିୟନ୍ତ୍ରଣ ମଧ୍ୟ କରିଥାଏ ।
ଲେମ୍ବୁ ଚୋପାରେ ପେକ୍ଟିନ୍ ନାମକ ଏକ ପଦାର୍ଥ ଥାଏ । ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ କମ କରିବାରେ ବେଶ୍ ସହାୟକ ହୋଇଥାଏ । ଅନେକ ସମୟରେ ଦେଖିଥିବେ ଅନେକ ଲୋକ କେବଳ ଲେମ୍ବୁ ଚୋପାକୁ ଶୁଙ୍ଘି ଚାପରୁ ମୁକ୍ତି ପାଇଥାନ୍ତି ।
ବର୍ତ୍ତମାନ ସମୟର ସବୁଠାରୁ ବିପଜ୍ଜନକ ରୋଗ ହେଉଛି କର୍କଟ । ଲେମ୍ବୁ ଚୋପା ମଧ୍ୟ ଏହି ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଲେମ୍ବୁ ଚୋପାରେ ଥିବା ଭିଟାମିନ୍ ସି ହ୍ୱାଇଟ ରକ୍ତ କଣିକା ସଂଖ୍ୟା ବଢାଇଥାଏ । ତେବେ ଲେମ୍ବୁ ଚୋପାରେ ଥିବା ଡି-ଲିମୋନିନ୍ ମଧ୍ୟ ପେଟ କର୍କଟରୁ ମୁକ୍ତି ଦେଇଥାଏ ।
କିଛି ଲୋକଙ୍କର ଗଲ୍ ବ୍ଲାଡରରେ ଷ୍ଟୋନ ହୋଇଯାଏ । ଏଗୁଡିକୁ ଭଲ କରିବା ପାଇଁ ଲେମ୍ବୁ ଚୋପା ମଧ୍ୟ ଉପଯୋଗୀ ।
Powered by Froala Editor