ଦିନ ଭୋଜନରେ ଭାତ ଖାଇବା ସର୍ବୋତ୍ତମ

ଅନେକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରର ଅନେକ ଆବଶ୍ୟକତା ପୂରଣ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀରର ଆବଶ୍ୟକତା ପୂରଣ କରିଥାଏ। ତେବେ କିଛି ଖାଦ୍ୟ ଖାଇବାର ସଠିକ ସମୟ ରହିଛି। ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ..
ରାତି ସମୟରେ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀର ପାଇଁ ବେଶ ଲାଭଦାୟକ ହେବା ସହ ଆରାମ ଅନୁଭବ ହୋଇଥାଏ। ମାତ୍ର ଦିନରେ ଅଧିକ ପରିଶ୍ରମ ଓ ସଠିକ ସମୟରେ ବ୍ୟାୟାମ କରୁଥିଲେ ହିଁ କ୍ଷୀର ପିଇବା ଉଚିତ।
ଦିନ ସମୟରେ ଦହିର ସେବନ କରିବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ।
ଖରାବେଳେ କଦଳୀ ଖାଇବା ଉତ୍ତମ ବୋଲି କୁହାଯାଏ।
ଖରାବେଳେ ଡାଲି ଓ ବିନ୍ସ ଖାଇବା ଉତ୍ତମ ।
ମାଂସରେ ପ୍ରୋଟିନର ମାତ୍ରା ଅଧିକ। ତେଣୁ ରାତି ସମୟରେ ଏହାକୁ ଖାଇବା ଉଚିତ ନୁହେଁ। ଖୁବ କମ ପରିମାଣରେ ମାସକୁ ୨ ଥର ଖାଇ ପାରିବେ।
ଦିନ ଭୋଜନରେ ଭାତ ଖାଇବା ସର୍ବୋତ୍ତମ।
ସକାଳ ସମୟରେ ସେଓ ଖାଇବା ଖୁବ ଲାଭଦାୟକ । ମାତ୍ର ରାତି ସମୟରେ ସେଓ ଖାଇବା ଦ୍ୱାରା ପେଟ ଜନିତ କିଛି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ।
ସକାଳେ କିମ୍ବା ଦିନ ସମୟରେ ପନିର ଖାଇବା ଲାଭଦାୟକ ବୋଲି କୁହାଯାଏ।
Powered by Froala Editor