କଞ୍ଚାମାଛ ଚା’

ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ନିକଟରେ ଏକ ମାଛ ଚା’ର ଭିଡିଓ ପୋଷ୍ଟ ହୋଇଛି। ଯାହାକୁ ଦେଖି ଚା’ ପ୍ରିୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ଗ୍ୟାସରେ ଚା’ ବସାଇଛନ୍ତି। ଯେମିତି ହିଁ ଚା’ ଫୁଟୁଛି ସେ ଏକ କଞ୍ଚାମାଛର ଲାଞ୍ଜ ଆଣି ସେଥିରେ ପକାଉଛନ୍ତି।
କିଛି ସମୟ ଫୁଟିବା ପରେ ସେ ଚା’ରୁ ଲାଞ୍ଜ ବାହାରି କରି ଛାଣି ଦେଉଛନ୍ତି। ଛଣା ଚା’କୁ ଏକ ଗ୍ଲାସରେ ଭର୍ତ୍ତି କରି ରଖୁଛନ୍ତି। ଏହାପରେ ସେଥିରେ ଏକ କାଠି ବୁଡ଼ାଇ ଉକ୍ତ ମାଛକୁ ଖଞ୍ଜି ଦେଉଛନ୍ତି। ଏହି ମାଛ ଚା’ର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
Powered by Froala Editor