ଖୁବ୍ ହାନିକାରକ ଲାଲ୍ ଲଙ୍କା
ଖାଦ୍ୟ ସମସ୍ତଙ୍କର ପସନ୍ଦ । ଲୋକମାନେ ସ୍ୱାଦାନୁସାରେ ଖାଦ୍ୟ ପସନ୍ଦ କରିଥାନ୍ତି । ରାଗ ଖାଇବା କିଛି ଲୋକଙ୍କୁ ଖୁବ୍ ପସନ୍ଦ । ସୌଖୀନ୍ ଲୋକମାନେ ନିଜ ପସନ୍ଦ ମୁତାବିକ୍ ଖାଦ୍ୟ ଚୟନ କରିଥାନ୍ତି । ସ୍ୱାଦିଷ୍ଟ ଖାଇବାରେ ଅଭ୍ୟସ୍ତ ଥିବା ଲୋକମାନେ ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ ଖାଇଦେଇଥାନ୍ତି ।
ସେମାନେ ଖାଦ୍ୟପଦାର୍ଥରେ ଆବଶ୍ୟକଠାରୁ ଅଧିକ ଲଙ୍କା ଗୁଣ୍ଡର ବ୍ୟବହାର କରିଥାନ୍ତି । ଏହାର ପରିଣତି ଖୁବ୍ ବିପଦଜନକ ହୋଇପାରେ । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍ଲଙ୍କାର ବ୍ୟବହାର କରିଥାଉ । ଏହା ଶରୀର ପାଇଁ କ୍ଷତିକାରକ।
ଆଜ୍ମା ରୋଗୀଙ୍କ ପାଇଁ ଲାଲ୍ ଲଙ୍କା ଖୁବ୍ ହାନିକାରକ । ଯଦି ଆପଣ ନିୟମିତ ଅଧିକ ଲାଲ୍ଲଙ୍କା ଖାଉଥାନ୍ତି, ତେବେ ଆଜ୍ମା ସମସ୍ୟା ବଢିଯାଇପାରେ । ଏପରିକି ଆଜ୍ମା ଆଟାକ୍ର ଆଶଙ୍କା ବହୁ ମାତ୍ରାରେ ବଢିପାରେ । ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍ଲଙ୍କା ଖାଉଥାନ୍ତି ତେବେ ପାଚନ ତନ୍ତ୍ରରେ ସମସ୍ୟା ଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ । ବାରମ୍ବାର ଲାଲ୍ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ ।
ମାତ୍ରାଧିକ ଲାଲ୍ଲଙ୍କା ଖାଇବା ଦ୍ୱାରା ଆଫ୍ଲାଟ୍କ୍ସିନ୍ ତତ୍ତ୍ୱ ପେଟ ଓ ଲିଭର୍ରେ କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍ ଲଙ୍କା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ । ଯଦି ଆପଣ ଗର୍ଭବତୀ । ତେବେ ଲାଲ୍ ଲଙ୍କାଠାରୁ ଯଥାସମ୍ଭବ ଦୂରେଇ ରହିବା ଜରୁରି । ଏହି ସମୟରେ ଅଧିକ ଲାଲ୍ ଲଙ୍କା ଖାଇବା ଦ୍ୱାରା ସମୟ ପୂର୍ବରୁ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ସନ୍ତାନଠାରେ ଶ୍ୱାସଜନିତ ସମସ୍ୟା ବଢିବାର ଆଶଙ୍କା ଉପୁଜିଥାଏ ।
Powered by Froala Editor