ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...

ଏବେ ଯୁଆଡେ ଦେଖ ଯୁବପିଢି ମାତିଛନ୍ତି ରିଲ୍ସ କରିବାରେ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଗାଁ ଅଛି ଯେଉଁଠି ୧୧୦୦ରୁ ଅଧିକ କେବଳ ୟୁଟ୍ୟୁବର । ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ତୁଳସୀ ଗାଁ । ଗାଁର ଜନସଂଖ୍ୟା ୬ ହଜାର। ଗାଁରେ ୫ ବର୍ଷରୁ ଆରମ୍ଭ କରି ୮୫ ବର୍ଷ ବୟସ୍କ ୟୁଟ୍ୟୁବର ଅଛନ୍ତି। ତେବେ ଗାଁର ୟୁଟ୍ୟୁବରର ଖ୍ୟାତି ଦେଖି ରାୟପୁର ଜିଲା ପ୍ରଶାସନ ତୁଲସୀ ଗ୍ରାମରେ ଆଧୁନିକ ଉପକରଣ ସହିତ ସଜ୍ଜିତ ଏକ ଷ୍ଟୁଡିଓ ସ୍ଥାପନ କରିଛି। ଯାହାର ନାମ ‘ହମାରା ଫ୍ଲିକ୍ସ’ ରଖାଯାଇଛି।
ରାୟପୁର କଲେକ୍ଟର ସର୍ଭେଶ୍ୱର ନରେନ୍ଦ୍ର ଭୁରେଙ୍କ ଅନୁଯାୟୀ, ଛତିଶଗଡରେ ମାଓବାଦୀ ସକ୍ରିୟ ଅଛନ୍ତି। ତେବେ ରାଜ୍ୟର ତୁଳସୀ ଗାଁର ଲୋକମାନେ ନିଜର ସୃଜନଶୀଳତା ଯୋଗୁ ଖ୍ୟାତି ହାସଲ କରି ପାରିଛନ୍ତି। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ସକ୍ରିୟ ଅଟନ୍ତି। ଯେତେବେଳେ ଗାଁ ପରିଦର୍ଶନ କରାଯାଇଥିଲା ସେଠାରେ ଆଧୁନିକ ସୁବିଧାର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସେଠାରେ ଆଧୁନିକ ଉପକରଣ ସହିତ ଏକ ଷ୍ଟୁଡିଓ ପ୍ରତିଷ୍ଠା କରାଯାଇଥିଲା।
କଲେକ୍ଟର କହିଛନ୍ତି ଯେ ଷ୍ଟୁଡିଓ ପ୍ରତିଷ୍ଠା ୟୁଟ୍ୟୁବର୍ସଙ୍କୁ ଲାଭ ଦେଉଛି ଏବଂ ଭିଡିଓ ଏଡିଟ ଓ ଅପଲୋଡ କରିବା ସମୟରେ ନିର୍ମାତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ମଧ୍ୟ କରୁଛନ୍ତି।
Powered by Froala Editor