ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ଶେଷ ରାସ୍ତା

ବାପା ମା ପାଖରେ ନଥିବାବେଳେ ଗାଳିଗୁଲଜ କରୁଥିଲେ ଦାଦା ଖୁଡୀ । ଏମିତିକି ହାତ ଉଠାଇବାକୁ ପଛାଉନଥିଲେ । ଶେଷରେ ଦୁଇ ଭଉଣୀ ଆତ୍ମହତ୍ୟା ରାସ୍ତା ବାଛି ନେଇଥିଲେ । ଏ ଘଟଣା ବିହାର ସମସ୍ତିପୁର ଅମ୍ବେଦକର ନଗର ଅଞ୍ଚଳର । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ମୃତ ଯୁବତୀ ହେଲେ ୧୮ ବର୍ଷୀୟା ଖୁସି କୁମାରୀ। ଆତ୍ମହତ୍ୟା ଉଦ୍ୟମ କରି ତାଙ୍କ ବଡ଼ ଭଉଣୀ ଶାଲୁ କୁମାରୀ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତା ଯୁବତୀ ୫ ଭଉଣୀ ହୋଇଥିବା ବେଳେ ସେମାନଙ୍କର ୨ ଭାଇ ଅଛନ୍ତି। ପିତା ଗାଁରେ ଏକ ତେଜରାତି ଦୋକାନ କରିଛନ୍ତି। ବଡ଼ ଭଉଣୀଙ୍କ ବିବାହ ହୋଇ ସାରିଥିବା ବେଳେ ଗାଁରେ ଦୁଇ ଭଉଣୀ ରୁହନ୍ତି। ସେମାନଙ୍କ ମା’ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ସହ ଅନ୍ୟ ପିଲାମାନେ ରୁହନ୍ତି।
ଗତକାଲି ସକାଳେ ମୃତା ଯୁବତୀଙ୍କ ପିତା ଦିଲ୍ଲୀ ଯାଇଥିଲେ। ଘରେ ସେ ଓ ତାଙ୍କ ଭଉଣୀ ଥିବା ବେଳେ ଦାଦା ଝିଅଙ୍କ ସହ କୌଣସି କାରଣରୁ ଦାଦା- ଖୁଡି ଉଭୟଙ୍କୁ ନିର୍ଧୂମ ପିଟିବା ସହ ପ୍ରବଳ ଗାଳିଗୁଲଜ କରିଥିଲେ। ଏଥିରେ ଦୁଇ ଭଉଣୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
Powered by Froala Editor