ଉପସ୍ଥିତ ବୁଦ୍ଧି : ବିଦ୍ୟୁତ୍ ତାର ତଳୁ ଶିଶୁକୁ ଟାଣି ଆଣିଲେ ବୃଦ୍ଧ

କୁହାଯାଏ ବିପଦ ବେଳେ ନ ହଡବଡେଇ ବୁଦ୍ଧିର ସହ କାମ କରିବା ଉଚିତ । ସେଭଳି ଜଣେ ପଥଚାରୀଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଜଣେ ଶିଶୁର ଜୀବନ ବଞ୍ଚିଯାଇଛି । ଜଣେ ଶିଶୁ ରାସ୍ତା ଅତିକ୍ରମ କରୁଥିବା ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଆଉ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ।
ସେହି ବାଟ ଦେଇ ଯାଉଥିବା ଲୋକେ ପିଲାଟିକୁ ବଞ୍ଚାଇବାକୁ ଚାହୁଁଥିଲେ ବି କିଛି କରିପାରିନଥିଲେ । ସେହି ସମୟରେ ଜଣେ ବୃଦ୍ଧ ଶିଶୁକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ । ହେଲେ କରେଣ୍ଟ ଝଟକା ଯୋଗୁଁ ଟିକେ ଦୂରେଇ ଯାଇଥିଲେ । କିନ୍ତୁ ପୁଣି ଜଣେ ବୃଦ୍ଧଙ୍କୁ ଏକ ବାଡି ମାଗିଥିଲେ । ସେ ବାଡି ଦେବାରୁ ସଙ୍ଗେ ସଙ୍ଗେ ବାଡି ସାହାଯ୍ୟରେ ଶିଶୁଟିକୁ ଟାଣି ଆଣିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ବୃଦ୍ଧଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଭିଡିଓଟି ଭାଇରାଲ ହେବା ପରେ ଯିଏ ଦେଖୁଛି ଭୟ କରୁଛି । ହେଲେ ବୃଦ୍ଧଙ୍କ ସାହାସିକତା ଓ ଉପସ୍ଥିତ ବୁଦ୍ଧି ସତରେ ପ୍ରଶଂସନୀୟ ।
Powered by Froala Editor