ଶ୍ରୀ ଦେବନାରାୟଣଙ୍କ ହୁଣ୍ଡିରେ ୨୧ ଟଙ୍କା ଦାନ କରିଛନ୍ତି ମୋଦି

ରାଜସ୍ଥାନର ଗୁର୍ଜର ସମାଜର ଆରାଧ୍ୟ ଦେବତା ଦେବନାରାୟଣଙ୍କ ୧୧୧୧ତମ ଅବତରଣ ସମାରୋହରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥ ଦାନ ବାକ୍ସରେ ପକାଇଥିବା କୁହାଯାଉଥିଲା । ତେବେ ପ୍ରଧାନମନ୍ତ୍ରୀ କେତେ ଅର୍ଥ ଦାନ କରିଛନ୍ତି ତାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇ ଆସୁଥିଲା ।
ଦାନ ବାକ୍ସକୁ ୯ମାସ ପରେ ଖୋଲାଯାଇଥିଲା। ବାକ୍ସ ଖୋଲାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଫାଫା ଖୋଲିବା ବେଳକୁ ଭିତରେ ୨୧ଟଙ୍କା ଥିବା ଦେଖିଥିଲେ ପୂଜାରୀ। ପ୍ରଧାନମନ୍ତ୍ରୀ କେତେ ଟଙ୍କା ଦାନ କରିଥିଲେ, ତାହା ଦେଖିବା ପାଇଁ ଅନେକଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ୨୧ଟଙ୍କା ଥିବା ଜାଣି କିଛି ଲୋକଙ୍କ ମୁହଁ ଶୁଖିଯାଇଥିବା କୁହାଯାଉଛି।
ଦାନ ବାକ୍ସରେ ଆଉ ଦୁଇଟି ଲଫାଫା ମଧ୍ୟ ଥିଲା । ସେଥିମଧ୍ୟରୁ ଗୋଟିଏରେ ୧୦୧ଟଙ୍କା ଏବଂ ଅନ୍ୟଟିରେ ୨୧୦୦ଟଙ୍କା ରଖାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ନାମ ଥିବା ଲଫାପାରୁ ୨୧ ଟଙ୍କା ବାହାରିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ସେକ୍ରେଟାରୀ ତଥା ରାଜସ୍ଥାନ ବିହନ ନିଗମର ସଭାପତି ଧିରଜ ଗୁଜର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଏହା କ’ଣ ବିକାଶ? କ’ଣ ଏହା ଗୁଜର ସମାଜ ପାଇଁ ଉପହାର? କୌଣସି ସମାଜକୁ ସ୍ବପ୍ନ ଦେଖାଇବା ଉଚିତ ନୁହେଁ ।
Powered by Froala Editor