ଷ୍ଟ୍ରଙ୍ଗ ରୁମ କାନ୍ଥ କଣା କରି ୨୫ କୋଟିର ଅଳଙ୍କାର ନେଇଗଲେ

ଦିଲ୍ଲୀର ଏକ ଜୁଏଲରୀ ଶୋ’ରୁମରେ କୋଟି କୋଟି ମୂଲ୍ୟର ଚୋରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଭୋଗଲ ଅଞ୍ଚଳ ସ୍ଥିତ ଉମରାଓ ଜୁଏଲରୀ ଶୋ’ରୁମରେ ଘଟିଛି। ଦୋକାନର ମାଲିକ ସଞ୍ଜୀବ ଜୈନ କହିଛନ୍ତି, ସେମାନେ ରବିବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସୋମାବାର ଅଫ ପରେ ମଙ୍ଗଳବାର ଦୋକାନ ଖୋଲିବାକୁ ଆସିଥିଲେ।
ହେଲେ ସେ ପହଞ୍ଚିଲା ବେଳକୁ ଦୋକାନର ଚାରିଆଡ଼େ ଧୂଳି ପଡ଼ି ରହିଥିଲା। ଷ୍ଟ୍ରଙ୍ଗ ରୁମ କାନ୍ଥ କଣା ଯାଇଥିବା ତାଙ୍କର ନଜର ପଡ଼ିଥିଲା। ଏହି ଗର୍ତ୍ତ ଦେଇ ଚୋରମାନେ ଷ୍ଟ୍ରଙ୍ଗ ରୁମକୁ ଯିବା ସହ ଅଳଙ୍କାର ଚୋରି କରି ନେଇଥିବା ସେ କହିଛନ୍ତି। ସୂଚନା ପାଇବା ପରେ ନିଜାମୁଦ୍ଦିନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଶୋ’ରୁମରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି।
ଡିସିପି (ଦକ୍ଷିଣ-ପୂର୍ବ) ରାଜେଶ ଦେଓ କହିଛନ୍ତି ଯେ ଆମକୁ ସ୍ଥାନୀୟ ଅଞ୍ଚଳର ସିସଟିଭି ଫୁଟେଜ ମିଳିଛି। ଚୋରିର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଦୁର୍ବୃତ୍ତମାନେ ଚୋରି କରିବା ପାଇଁ ବହୁଦିନରୁ ସମ୍ଭବତଃ ଯୋଜନା କରିଥିଲେ।
Powered by Froala Editor