ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ଭବ୍ୟ ରାମ ମନ୍ଦିରର କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଗ୍ରାଉଣ୍ତ ଫ୍ଲୋର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି ଯେ ଜାନୁଆରି ୨୦ରୁ ୨୪ ମଧ୍ୟରେ ଯେ କୌଣସି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ’ପ୍ରାଣ ପ୍ରତିଷ୍ଠା’ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତେବେ, ଏନେଇ ଚୂଡ଼ାନ୍ତ ତାରିଖ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆମକୁ ମିଳିନାହିଁ। ତାରିଖ ଚୂଡ଼ାନ୍ତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇ ଦିଆଯିବ।
ଅଯୋଧ୍ୟାରେ ରାମଲଲାଙ୍କ ମୂର୍ତ୍ତିରେ ‘ପ୍ରାଣପ୍ରତିଷ୍ଠା’ ପରେ ଜାନୁଆରି ୨୪ରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲିବାର ସମ୍ଭାବନା ରହିଛି ବୋଲି ଟ୍ରଷ୍ଟର ସଦସ୍ୟ ମିଶ୍ର ଜୁନ୍ ମାସରେ କହିଥିଲେ। ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ଏହି ସମାରୋହ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିବ। ସେଥିପାଇଁ ଟ୍ରଷ୍ଟ ପକ୍ଷରୁ ଟେଲିଭିଜନ ପ୍ରସାରଣ ମାଧ୍ୟମରେ ଏହା ଦେଖିବାକୁ ଅନୁରୋଧ କରାଯାଇଛି ବୋଲି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ କହିଛନ୍ତି।
Powered by Froala Editor