ଆଭ୍ରୋ-୭୪୮ ହଟିଲା, ଆସିଲା ନୂଆ ସି-୨୯୫ ବିମାନ

ଭାରତୀୟ ବାୟୁସେନାରେ ସି-୨୯୫ ପରିବହନ ବିମାନ ସାମିଲ ହୋଇଛି। ଏହା ବାୟୁସେନାର ଲଜିଷ୍ଟିକ୍ ସାମର୍ଥ୍ୟ ବଢ଼ାଇବାରେ ସହାୟକ ହେବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଏହି ବିମାନକୁ ବାୟୁସେନାରେ ସାମିଲ କରିଛନ୍ତି।
ଉତ୍ସବରେ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୁଣା ଆଭ୍ରୋ-୭୪୮ ବିମାନ ସ୍ଥାନରେ ସି-୨୯୫ ବିମାନ ସାମିଲ କରିବାକୁ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ ସହ ୨୧,୯୩୫ କୋଟି ଟଙ୍କାର ଡିଲ୍ ହୋଇଥିଲା। ୫୬ଟି ବିମାନ ଅଣାଯିବାକୁ ଥିବାବେଳେ ଗତ ୧୩ ତାରିଖରେ ଭାରତକୁ ପ୍ରଥମ ସି-୨୯୫ ବିମାନ ମିଳିଥିଲା। ୨୦ ତାରିଖରେ ଉକ୍ତ ବିମାନ ବଡୋଦରାରେ ଅବତରଣ କରିଥିଲା। ହିଣ୍ଡନ ଏୟାରବେସ୍ରେ ଏକ ମେଗା ଡ୍ରୋନ୍ ଶୋ’କୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଥିଲେ।
ସି-୨୯୫ ବିମାନକୁ ସ୍ୱଦେଶ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି। ତତକ୍ଷାଣତ ଆକ୍ସନ ଓ ଟ୍ରୁପ୍ସର ପାରା ଡ୍ରପିଂ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ରହିଛି। ସ୍ୱତନ୍ତ୍ର ମିଶନ ସହ ବିପର୍ଯ୍ୟୟ ପ୍ରଶମନ ଓ ସାମୁଦ୍ରିକ ପ୍ୟାଟ୍ରୋଲିଂ ଡ୍ୟୁଟିରେ ମଧ୍ୟ ଏହି ବିମାନ ସାମିଲ ହୋଇପାରିବ।
Powered by Froala Editor