ଚୀନ୍ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି
ନୂଆଦିଲ୍ଲୀ: ବିନା କୌଣସି ଯୋଜନାରେ କୋଟି କୋଟି ଘର ନିର୍ମାଣ କରାଯାଇଛି ଚୀନ୍ର ରିଅଲ ଇଷ୍ଟେଟ୍ । ସେଠାରେ ଯେତିକି ଲୋକ ବାସ କରୁଛନ୍ତି ତାହାର ଦୁଇଗୁଣାରୁ ଅଧିକ ଘର ଖାଲି ପଡ଼ିଛି। ଚୀନ୍ର ପରିସଂଖ୍ୟାନ ବ୍ୟୁରୋର ପୂର୍ବତନ ଉପ ମୁଖ୍ୟ ହେ କେଙ୍ଗ୍ କହିଛନ୍ତି ଯେ ଚୀନ୍ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି। ଦେଶର ଜନସଂଖ୍ୟା ହେଉଛି ୧୪୦ କୋଟି। ଦେଶର ପ୍ରତିଟି ଲୋକ ଯଦି ଦୁଇଟି ଲେଖାଏଁ ଘର କିଣିବେ ତଥାପି ସେଠାରେ ଆହୁରି ବହୁ ଘର ଖାଲି ରହିବ। ସାରା ଦେଶର ଲୋକ ଚାହିଲେ ବି ଖାଲି ଘରଗୁଡ଼ିକୁ ପୂରଣ କରିପାରିବେ ନାହିଁ। ଚୀନ୍ର ସର୍ବବୃହତ ରିଅଲ ଇଷ୍ଟେଟ୍ କଂପାନି ଏଭରଗ୍ରାଣ୍ଡେ ଋଣ ଶୁଝିବାରେ ବିଫଳ ହେବା ପରେ ସେଠାକାର ରିଅଲ ଇଷ୍ଟେଟ୍ ଶିଳ୍ପ ବଡ଼ ଧରଣର ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ିଥିଲା।
୨୦୨୧ ପରଠାରୁ ଏହି ସଙ୍କଟ ଆରମ୍ଭ ହୋଇଛି। ଅଗଷ୍ଟ ସୁଦ୍ଧା ଦେଶରେ ୭୦୦ ନିୟୁତ ବର୍ଗଫୁଟ ସ୍ଥାନରେ ତିଆରି କରାଯାଇଥିବା ଘରଗୁଡ଼ିକ ଖାଲିପଡ଼ିଛି। ରଏଟରର ଆକଳନ ଅନୁସାରେ ତାହା ୭୨ ଲକ୍ଷ ଘର ସହ ସମାନ। ଏଥିରେ ସେହି ପ୍ରକଳ୍ପଗୁଡ଼ିକୁ ସାମିଲ କରାଯାଇନାହିଁ ଯାହାର ଘରଗୁଡ଼ିକ ବିକ୍ରି ହୋଇସାରିଛି, କିନ୍ତୁ ପାଣ୍ଠି ଅଭାବ ଯୋଗୁଁ ଘର ତିଆରି ହୋଇପାରୁନାହିଁ। ରିଅଲ ଇଷ୍ଟେଟ୍ କ୍ଷେତ୍ର ଲାଗି ଚୀନ୍ ଅର୍ଥନୀତି ଏବେ ବଡ଼ ଧରଣର ସଙ୍କଟ ଦେଇ ଗତି କରଛି। ଯଦିଓ ଏହି ସତ୍ୟକୁ ସେଠାକାର ସରକାର ସ୍ବୀକାର କରୁନାହାନ୍ତି କିନ୍ତୁ ଚୀନ୍ର ଟିକସ ରାଜସ୍ବ କମ୍ ହୋଇଥିବା ବେଳେ ବେକାରି ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି ଯାହା ନିଶ୍ଚିତ ରୂପେ ଚିନ୍ତାର ବିଷୟ।
Powered by Froala Editor