ମହିଳା ରେସଲରଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିଲେ ବ୍ରିଜଭୂଷଣ

ପ୍ରତି ମହିଳା ରେସଲରଙ୍କୁ ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂ ସୁଯୋଗ ପାଇଲେ ଦୁର୍ବ୍ୟବହାର କରିଆସୁଥିଲେ । ଦିଲ୍ଲୀ କୋର୍ଟରେ ଏନେଇ ରିପୋର୍ଟ ଦେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଚାଲିଥିବା ଶୁଣାଣି ପ୍ରକ୍ରିୟାରେ ଗତକାଲି ମତ ଉପସ୍ଥାପନ କରିଥିଲା ଦିଲ୍ଲୀ ପୋଲିସ ।
ଶୁଣାଣି ସମୟରେ ଦିଲ୍ଲୀ ପୁଲିସ ଯୁକ୍ତି କରି କହିଥିଲା କି, ‘ ସିଂହଙ୍କୁ ଜଣାଥିଲା କି ସେ କ’ଣ କରୁଛନ୍ତି। ତାଜିକିସ୍ତାନରେ ଏସିୟାଇ ଚମ୍ପିୟାନସିପ ସମୟରେ ହୋଇଥିବା ଏକ ଅଭିଯୋଗ ଅନୁଯାୟୀ, ‘ଜଣେ ମହିଳା କୁସ୍ତିଯୋଦ୍ଧା ଦାବିର ସହ କହିଥିଲେ କି ବ୍ରିଜ ଭୂଷଣ ତାଙ୍କ ଅନୁମତି ବିନା ସାର୍ଟ ଉପରକୁ ଉଠାଇ ପେଟକୁ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲେ। କଥା ଏହା ନୁହେଁ କି ପୀଡିତ ମହିଳା କୌଣସି ପ୍ରତିକ୍ରିୟା ଦେଇଥିଲେ କି ନାହିଁ, କିନ୍ତୁ ଏକଥା ସତ ଯେ ତାଙ୍କ ସହିତ ଯାହା ବି ହୋଇଥିଲା ତାହା ଭୁଲ ଅଟେ।
ମହିଳା ରେସଲରମାନଙ୍କୁ ସେ ଅଶାଳୀନ ବ୍ୟବହାର କରିବା ଥିଲା ତାଙ୍କ ଉଦ୍ଦେଶ୍ୟ । ତାଙ୍କ ବିରୋଧରେ ଚାର୍ଜଫ୍ରେମ ଲାଗି ୩ଟି ପ୍ରମାଣ ରହିଛି । ସେଥିରେ ରହିଛି ଧାରା ୧୬୧ ଅନୁସାରେ ଦୁଇଟି ରେକର୍ଡ ବୟାନ ଓ ଗୋଟିଏ ଲିଖିତ ଅଭିଯୋଗ ।
Powered by Froala Editor