୧୦ ଗୁଣ ବଢ଼ିଲା ରେଲୱେ ଦୁର୍ଘଟଣା ଅନୁକମ୍ପା ରାଶି
ରେଳ ବୋର୍ଡ ରେଳ ଦୁର୍ଘଟଣାରେ ମୃତ୍ୟୁ ଏବଂ ଆହାତଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶିରେ ୧୦ ଗୁଣ ବୃଦ୍ଧି କରିଛି । ଶେଷଥର ପାଇଁ ୨୦୧୨ ଏବଂ ୨୦୧୩ରେ ଏହି ରାଶିରେ ପରିବର୍ତ୍ତନ ହୋଇଥିଲା । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ।
ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁସାରେ , ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ମିଳିବ ବେଳେ ଗମ୍ଭୀର ଭାବରେ ଆହାତ ହୋଇଥିବା ଯାତ୍ରୀଙ୍କୁ ୨.୫ଲକ୍ଷ ଟଙ୍କା ମିଳିବ । ସାଧାରଣ କ୍ଷତି ହୋଇଥିବା ଯାତ୍ରୀଙ୍କୁ ୫୦,୦୦୦ ଟଙ୍କା ମିଳିବ । ପୂର୍ବରୁ ଏହି ଟଙ୍କା ଯଥାକ୍ରମେ ୫୦,୦୦୦ଟଙ୍କା, ୨୫,୦୦୦ଟଙ୍କା ଏବଂ ୫,୦୦୦ଟଙ୍କା ଥିଲା । ଅନ୍ୟପଟେ ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ଯାତ୍ରୀଙ୍କୁ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ କ୍ଷତିପୂରଣ ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ଦୁର୍ଘଟଣାରେ ଗୁରୁତର ଯାତ୍ରୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ୩ ହଜାର ଟଙ୍କା ପ୍ରତିଦିନ ମିଳିବ । ଏହା ବ୍ୟତୀତ ଗୁରୁତର ଆହତ ମାମଲାରେ ପ୍ରତି ୬ ମାସ ଯାଏଁ ଦିନକୁ ୧,୫୦୦ ଟଙ୍କା ମିଳିବ । ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ ।
Powered by Froala Editor