ସଂସଦକୁ ଶାଢ଼ି ପିନ୍ଧି ଯାଇଥିଲେ କିନ୍ତୁ ସମାଲୋଚନାର ଶିକାର ହେଲେ ଅଭିନେତ୍ରୀ
![ସଂସଦକୁ ଶାଢ଼ି ପିନ୍ଧି ଯାଇଥିଲେ କିନ୍ତୁ ସମାଲୋଚନାର ଶିକାର ହେଲେ ଅଭିନେତ୍ରୀ](https://odishanewslens.com/news_gallery/24563_1695239090.jpeg)
ନାରୀ ସଶକ୍ତିକରଣଙ୍କୁ ପ୍ରୋତ୍ସାହନା ଦେବା ସକାଶେ ନିକଟରେ ଅନେକ ଅଭିନେତ୍ରୀମାନଙ୍କୁ ସଂସଦ ଭବନ ଭିତରକୁ ନିମନ୍ତ୍ରିତ କରାଯାଇଛି। ଏହି ଅବସରରେ 'ଥ୍ୟାଙ୍କ୍ ୟୁ ଫର୍ କମିଂ' ଫିଲ୍ମର ଅଭିନେତ୍ରୀ ଶେହେନାଜ୍ ଗିଲ୍ଙ୍କ ସହ ଭୂମି ପେଡ୍ନେକର୍, ଡଲି ସିଂହ, ଶିବାନୀ ବେଦୀ ଆଦିଙ୍କୁ ବି ସଂସଦ ଭବନରେ ଦେଖିବାକୁ ମିଳିଥିଲା। ହେଲେ ଅଭିନେତ୍ରୀଙ୍କୁ ନେଇ ସମାଲୋଚନା କରାଯାଇଛି । କିଛି ୟୁଜର୍ସ ସେମାନଙ୍କୁ ଶାଢ଼ିରେ ଦେଖି ଟ୍ରୋଲ କରିଛନ୍ତି ।
କାରଣ ଗତ କିଛି ଦିନ ତଳେ 'ଟିଫ୍ ଫିଲ୍ମ ଫେଷ୍ଟିଭାଲ୍'ରେ ଶେହେନାଜ୍ ଓ ଭୂମିଙ୍କୁ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଶେହେନାଜ୍ଙ୍କୁ ଏକ ଅଲ୍ଟ୍ରା ଡିପ୍ ନେକ୍ ଗାଉନ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ସଂସଦ ଭବନ ଆସିବା ବେଳେ ସମସ୍ତେ ଶାଢ଼ି ପିନ୍ଧି ଆସିଥିଲେ । ସମସ୍ତେ ଖୁବ୍ ଆକର୍ଷଣୀୟ ଲାଗୁଥିଲେ । ହେଲେ ୟୁଜର୍ସଙ୍କ ମଧ୍ୟରୁ କିଛି ଲୋକଙ୍କୁ ଏହା ଭଲ ଲାଗିନଥିଲା । ସେହି ଫଟୋ ସହ ଏହି ଫଟୋକୁ ତୁଳନା କରି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଶେହେନାଜଙ୍କୁ ପରିହାସ କରିଛନ୍ତି। କେବଳ ଶେହେନାଜଙ୍କ ପୋଷାକ ପାଇଁ ନୁହେଁ; କେହି କେହି ସଂସଦ ଭବନରେ ଫିଲ୍ମ ପ୍ରମୋସନ କରିବାକୁ ଆସିଥିବା ଅଭିଯୋଗ ଆଣି ବି ଆପତ୍ତି ଜାହିର କରିଛନ୍ତି। 'ଦେଖନ୍ତୁ କେତେ ସଂସ୍କାରୀ ହୋଇ ଆସିଛନ୍ତି' ବୋଲି ଲେଖି କେହି କେହି ସମାଲୋଚନା କରିଛନ୍ତି।
Powered by Froala Editor