ପୁଲିସ ବର୍ଦ୍ଦିରେ ପ୍ରି ୱେଡିଂ ଫଟୋ ସୁଟ୍ , ଲୋକେ କହିଲେ ନିୟମ ଉଲ୍ଲଂଘନ

ପୁଲିସ ବର୍ଦ୍ଦିରେ ପ୍ରି ୱେଡିଂ ଫଟୋ ସୁଟ୍ । ହଁ ଖାଲି ବର୍ଦ୍ଦି ନୁହେଁ ପୁଲିସ ଗାଡି, ପୁଲିସ ଷ୍ଟେସନ ସହ କର୍ମଚାରୀ ବି ଏ ଫଟୋ ସୁଟ୍ରେ ସାମିଲ । ଯାହାକୁ ଦେଖି ୟୁଜର୍ସ ନାପସନ୍ଦ କରିଛନ୍ତି । ଏ ଘଟଣା ହେଉଛି ହାଇଦ୍ରାବାଦର । ଯେଉଁଠି ଦୁଇ ପୁଲିସ ଅଫିସରଙ୍କ ବିବାହ ସ୍ଥିର ହୋଇଛି । କିନ୍ତୁ ଫଟୋ ସୁଟ୍ ପାଇଁ ଉଭୟ ପୁଲିସ ଷ୍ଟେସନକୁ ବି ଛାଡି ନାହାନ୍ତି ।
ହାଇଦ୍ରାବାଦ ପୁଲିସ ଦମ୍ପତିଙ୍କର ଏପରି ଏକ ପ୍ରି ୱେଡିଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨ ମିନିଟର ଭିଡିଓରେ ଉଭୟ ଅଧିକାରୀ ଚଳଚ୍ଚିତ୍ରର ଦୃଶ୍ୟ ପରି ୟୁନିଫର୍ମ ପିନ୍ଧି ପୁଲିସ ଷ୍ଟେସନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମ ଷ୍ଟାଇଲରେ ପୁଲିସ ଟୋପି ପିନ୍ଧି ଗାଡିରୁ ଓହ୍ଲାଉଛନ୍ତି । ପୁଲିସ ଗାଡି ବ୍ୟବହାର ମଧ୍ୟ କରିଛନ୍ତି । ପୁଲିସ ବର୍ଦ୍ଦିରେ ସୁଟିଂ ପରେ ଉଭୟଙ୍କୁ ହାଇଦ୍ରାବାଦର ଚାରମିନାର ଏବଂ ଲାଡ ବଜାରରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।
ଭିଡିଓ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ କ୍ରୋଧିତ ହୋଇଛନ୍ତି। ଲୋକମାନେ କହିଛନ୍ତି ଯେ ପୁଲିସ୍ ସେମାନଙ୍କର ବ୍ୟକ୍ତିଗତ ଭିଡିଓ ପାଇଁ ବର୍ଦ୍ଦି ସହ ପୁଲିସ ଗାଡି ବ୍ୟବହାର କରିବା ଉଚିତ୍ ନୁହେଁ।
Powered by Froala Editor