ଡିପ୍ରେସନରୁ ଆତ୍ମହତ୍ୟା କରିଦେଲେ ବିଜୟଙ୍କ ୧୬ ବର୍ଷୀୟା ଝିଅ

ତାମିଲ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କର ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର ହୋଇଛି । ବିଜୟଙ୍କ ୧୬ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁଯାୟୀ, ବିଜୟ ଆଣ୍ଟୋନିଙ୍କ ଝିଅ ଚେନ୍ନାଇର ଏକ ପ୍ରସିଦ୍ଧ ବିଦ୍ୟାଳୟରେ ପଢୁଥିଲେ । କିନ୍ତୁ କିଛି ଦିନ ହେଲା ସେ ଡିପ୍ରେସନରେ ଥିଲେ । ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ମଙ୍ଗଳବାର ସକାଳୁ ହଠାତ୍ ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କର ଆତ୍ମହତ୍ୟା ଖବର ମିଳିଥିଲା । ସେ ନିଜ ଘରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏହାପରେ ମୀରାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ବର୍ତ୍ତମାନ ପୁଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ବିଜୟ ଏବଂ ତାଙ୍କ ପରିବାର ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି।
ସୂଚନା ଥାଉ କି ଯେ ବିଜୟ ଏକାଧାରରେ ଜଣେ ନିର୍ମାତା, ଅଭିନେତା, ଗୀତିକାର ଏବଂ ନିର୍ଦ୍ଦେଶକ । ବହୁ ବର୍ଷ ଧରି ସଂଗୀତ ନିର୍ଦ୍ଦେଶନା ହେବା ପରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।
Powered by Froala Editor