ପୋଲିସ ହାଜତରୁ ଅଭିଯୁକ୍ତ ଫେରାର

ଆଠଗଡ଼: ଆଠଗଡ଼ ଥାନାରୁ ଅଭିଯୁକ୍ତ ଚମ୍ପଟ। ସମସରପୁର ପଞ୍ଚାୟତ ଅମୃତ ମଣୋହି ପାଟଣାରେ ହୋଇଥିବା ଗୋଷ୍ଠି ସଙ୍ଘର୍ଷ ଏବଂ ବୋମାମାଡ଼ ଘଟଣାରେ ଅନ୍ୟତମ ଅଭିଯୁକ୍ତ ପୋଲିସ ହାଜତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣାରେ ଉଭୟ ପକ୍ଷଙ୍କ ତରଫରୁ ଦୁଇଟି ଏତଲା ଦାଏର ହୋଇଥିଲା। ଆଠଗଡ଼ ଥାନା ପୋଲିସ ପୂର୍ବରୁ ଉଭୟ ପକ୍ଷର ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶୁକ୍ରବାର ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀଙ୍କୁ ଗିରଫ କରି ପଚରାଉଚୁରା କରୁଥିଲା। ଆଜି ତାକୁ କୋର୍ଟ ଚାଲାଣ କରିବାକୁ ଥିବାବେଳେ ଭୋର୍ ସାଢେ଼ ପାଞ୍ଚଟା ସମୟରେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଶୌଚ ହେବାପାଇଁ କହି ଥାନା ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି।
Powered by Froala Editor