ରେଳ ଟ୍ରାକରେ ଭାଙ୍ଗିପଡ଼ିଲା ଶାଳଗଡ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ବାରିପଦା: ରେଳଧାରଣା ଉପରେ ଶାଳଗଛ ଭାଙ୍ଗି ପଡ଼ିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବେତନଟୀ ଷ୍ଟେସନ ନିକଟ ଟ୍ରାକରେ ଶାଳଗଡ ଭାଙ୍ଗିପଡ଼ିଥିବା ଜଣାଯାଇଛି । ଶାଳଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଣ୍ଡିପଡ଼ିଥିବା ଦେଖିବାକୁ ମିଳିଛି ।
ଏହା ଦ୍ୱାରା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି । ଏପରିକି ବାଲେଶ୍ୱର-ବାରିପଦା ଡିଏମୟୁ ଅଟକି ରହିଥିବା ଜଣାଯାଇଛି । ଏନେଇ ଖବର ପାଇ ବିଭାଗୀୟ କମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବା ସହ ବିଦ୍ୟୁତ ତାର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ଜଣାଯାଇଛି ।
Powered by Froala Editor