ପ୍ରବଳ ବର୍ଷା: ବାଲେଶ୍ବରରେ ରାସ୍ତା ଉପରେ ଆଣ୍ଠୁଏ ପାଣି

ବାଲେଶ୍ବର: ପ୍ରବଳ ବର୍ଷାରେ ବେହାଲ୍ ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳ। ଭୁଶୁଡିଲା ପୁରୁଣା ପୋଲ । ନୀଳଗିରି ବ୍ଲକରେ ବେଗୁନିଆ-ତୁଟାପଡା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ରାସ୍ତା ଉପରେ ଆଣ୍ଠୁଏ ପାଣି ଯୋଗୁଁ ବୁଡ଼ିଲା ବାଲେଶ୍ଵର-ରେମୁଣା, ବାରିପଦା ମୁଖ୍ୟ ରାସ୍ତା।
ନୂଆସାହି ଛକରେ ବର୍ଷା ଜଳ ଲହଡି ଭାଙ୍ଗୁଛି । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପାଣି ଭିତରେ ଯାତାୟାତ କରୁଛି ଯାନବାହନ ଓ ଲୋକେ । ଦୋକାନ ଭିତରେ ପ୍ରବେଶ କରିଛି ପାଣି । ଲୋକେ ନାହିଁ ନଥିବା ହୀନସ୍ତା ଭୋଗୁଛନ୍ତି । ତେବେ ଏନେଇ ପଦାରେ ପଡିଲା ବାଲେଶ୍ଵର ମୁନ୍ୟିସିପାଲଟିର ଅପାରଗତା।
Powered by Froala Editor