ଏକାସଙ୍ଗେ ଖାଆନ୍ତୁନି ଟମାଟୋ କାକୁଡ଼ି
ଶରୀର ପାଇଁ ସାଲାଡ଼ ବହୁତ ହିତକର । ପ୍ରତିଦିନ ଖାଇବାରେ ସାଲାଡ଼ ଖାଇଲେ ଶରୀର ସୁସ୍ଥ ରହେ । ବିଶେଷ କରି ଗରମ ଦିନେ ସାଲାଡ଼ ବହୁତ ଉପାଦେୟ । ସାଲାଡ଼ରେ କାକୁଡ଼ି , ପିଆଜ, ଟମାଟୋ, ମୂଳା ଆଦି ମିଶ୍ରଣ ଆକର୍ଷଣୀୟ ହୋଇଥାଏ । କିନ୍ତୁ କେତେକ ବିଶେଷଜ୍ଞ ଏହାକୁ ହାନିକାରକ ବୋଲି କହିଛନ୍ତି ।
କାକୁଡ଼ିରେ ଥିବା ପୋଷକ ତତ୍ୱ ଶରୀରକୁ ଭିଟାମିନ୍ ସି ଅବଶୋଷଣ ସହ ହସ୍ତକ୍ଷେପ କରିଥାଏ । ଟମାଟୋ ଓ କାକୁଡ଼ି ଅଲଗା ଅଲଗା ଭାବେ ହଜମ ହୋଇଥାଏ । ଏହାକୁ ଏକା ସଙ୍ଗେ ଖାଇଲେ ଏସିଡ଼ ଫରମେସନ୍ ଓ ବ୍ଲୋଟିଙ୍ଗର କାରଣ ହୋଇଥାଏ ।
ପାଚନ କ୍ରିୟା ସମୟରେ କିଛି ଆହାର ସହଜରେ ହଜମ ହୋଇଥାଏ ତ କିଛି ଖାଦ୍ୟ ହଜମ ହେବାକୁ ବହୁ ସମୟ ନେଇଥାଏ । ଦୁଇଟି ଆହାର ମିଶ୍ରଣ ମଧ୍ୟ ହଜମ ହେବାକୁ ଅଲଗା ଅଲଗା ସମୟ ନେଇଥାଏ । ଏହା ଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାସ, ଥକାପଣ ଦେଖାଦେଇଥାଏ ।
ସାଲାଡ଼ ,ସୁପ, ମିଠା, ତରକାରୀ ରୋଷେଇ କରିବା ସମୟରେ ବିଭିନ୍ନ ପ୍ରକାର ପନିପରିବା ମିଶ୍ରଣ କରାଯାଇଥାଏ । କିନ୍ତୁ କାକୁଡ଼ି ଓ ଟମାଟୋ ମିଶ୍ରଣ ଅଧିକ ସମୟରେ ମେଟାବଲିଜିମ୍ ସ୍ଥର କମ୍ କରିବାରେ କାରଣ ହୋଇଥାଏ । କାକୁଡ଼ିରେ ଅଧିକ ଜଳୀୟଅଂଶ ଥିବାରୁ ପେଟ ପାଇଁ ଆଲୁକା ପ୍ରମାଣିତ ହୋଇଥାଏ ଓ ହଜମ ହେବା ପାଇଁ କମ ସମୟ ନେଇଥାଏ ।
ଟମାଟୋ ଓ ଟମାଟୋ ମଞ୍ଜୀ ହଜମ ହେବାକୁ ବହୁ ସମୟ ନେଇଥାଏ । ଯଦ୍ୱାରା ଫର୍ମେଂଟସନ୍ ପ୍ରକ୍ରିୟାରେ ଗ୍ୟାସ ଓ ତରଳ ପଦାର୍ଥ ନିର୍ଗତ ହୋଇଥାଏ । ଯାହା ଫଳରେ ଅନେକ ରୋଗ ହେବାର ଆଶଙ୍କା ଥାଏ । ଏହା ଶରୀରକୁ ଲାଭ ଦେବା ବଦଳରେ କ୍ଷତି କରାଇଥାଏ । ସେଥିପାଇଁ କାକୁଡ଼ି ଓ ଟମାଟୋକୁ ମିଶାଇ ଖାଇବା ଅନୁଚିତ୍ ।
Powered by Froala Editor