ଏହି ଉପାୟ କିଲେ ବର୍ଷାଦିନେ ଲୁଗାପଟା ଲାଗିବ ଫ୍ରେଶ୍

ବର୍ଷାଦିନେ ଲୁଗାପଟା ଠିକ୍ ଭାବେ ଶୁଖିପାରେ ନାହିଁ। ସେଥିପାଇଁ ସେଥିରୁ ଏକପ୍ରକାର ଗନ୍ଧ ବାହାରେ ଓ ପିନ୍ଧିବାକୁ ଭଲ ଲାଗେ ନାହିଁ। ତେବେ ବର୍ଷାଦିନେ ଲୁଗାପଟାର ଏହି ଗନ୍ଧ ଦୂରକରିବା ପାଇଁ ଜାଣିରଖନ୍ତୁ କିଛି ସହଜ ଉପାୟ।
ଧୋଇବା ପାଇଁ ଏକାଠି ରଖିଥିବା ମଇଳା ଲୁଗାପଟାକୁ ଗୋଟିଏ ସ୍ଥାନରେ ଗଦାକରି ରଖନ୍ତୁ ନାହିଁ। ଏହା ଫଳରେ ମଇଳା ଲୁଗାରୁ ଏକା ପ୍ରକାର ଗନ୍ଧ ବାହାରିବ ଯାହାକୁ ସଫା କରିବା ପରେ ତୁରନ୍ତ ଗନ୍ଧ ଯିବନାହିଁ। ତେଣୁ ମଇଳା ଲୁଗା ସବୁକୁ ଏକ ରଶି ଉପରେ ଅଲଗା ଅଲଗା କରି ଝୁଲାଇ ରଖନ୍ତୁ।
ମଇଳା ଲୁଗାକୁ ବେଶି ଦିନ ନ ରଖି ଶୀଘ୍ର ସଫାକରି ଦିଅନ୍ତୁ। ବେଶି ଗନ୍ଧ ହେବ ନାହିଁ।
ସଫାହେବା ପରେ ବି ଲୁଗାପଟା ଗନ୍ଧ ନ ହେବା ପାଇଁ ସଫା କରିବା ସମୟରେ ଡିଟରଜେଣ୍ଟ ସହ କିଛି ଭିନେଗାର ଓ ବେକିଂ ସୋଡ଼ା ମିଶାନ୍ତୁ।
ବର୍ଷା ଯଦି ଲାଗି ରହିଥାଏ ତେବେ ଘରେ ଫ୍ୟାନ୍ ତଳେ ସଫା ଲୁଗାକୁ ଶୁଖାନ୍ତୁ। ବାହାରେ ଖରା ଆସିବା ପରେ ହିଁ ଲୁଗା ଶୁଖାନ୍ତୁ।
ବର୍ଷାଦିନେ ମଇଳା ଲୁଗା ଡିଟରଜେଣ୍ଟରେ ଭିଜାଇବା ସମୟରେ ସେଥିରେ କିଛି ଲେମ୍ବୁ ରସ ମିଶାଇ ଭିଜାନ୍ତୁ। ଶୁଖିବା ପରେ ଲୁଗାପଟାରୁ କୌଣସି ଗନ୍ଧ ଆସିବ ନାହିଁ ଓ ଫ୍ରେଶ୍ ଲାଗିବ।
Powered by Froala Editor