ମାଲବାହୀ ଟ୍ରେନ ଧକ୍କାରେ ମାଈ ହାତୀ ମୃତ
ହରିଚନ୍ଦନପୁର: ଦୈତାରୀ – ବାଂଶପାଣି ରେଳପଥର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଞ୍ଚାୟତ ବାଲିଦାଣ୍ଡ ଗ୍ରାମ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ବ୍ରାହ୍ମଣିପାଳ ରେଂଜର କର୍ମଚାରୀମାନେ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
Powered by Froala Editor