ଓଡ଼ିଶାର ମାଇଲଖୁଣ୍ଟ : ପ୍ରଥମ AI ନ୍ୟୁଜ୍ ଆଙ୍କର ‘ଲିସା’
ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ନ୍ୟୁଜ୍ ଆଙ୍କର ‘ଲିସା’। ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଓଟିଭି ପକ୍ଷରୁ ଏ ଅଭିନବ ପ୍ରୟାସ କରାଯାଇଛି। ଲିସା ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ ଆଙ୍କର ଭାବେ କାର୍ଯ୍ୟ କରିବା ସହିତ ଟେଲିଭିଜନ ଦୁନିଆରେ ଏକ ଅବିଶ୍ୱନୀୟ ପରିଚୟ ସୃଷ୍ଟି କରିବେ ବୋଲି ଓଟିଭି ପକ୍ଷରୁ କୁହାଯାଇଛି।
ରବିବାର ଓଟିଭି ପକ୍ଷରୁ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଓଟିଭିର ପ୍ରତିଷ୍ଠାତା ସଦସ୍ୟ ତଥା ସିଇଓ ଜାଗୀମଙ୍ଗତ ପଣ୍ଡା, ସମ୍ପାଦକ (ଏଡିଟର) ରାଧାମାଧବ ମିଶ୍ର ଏବଂ ଓଟିଭି ଡିଜିଟାଲ ୟୁନିଟ୍ର ସିବିଡିଓ ଲିତିସା ମଙ୍ଗତ ପଣ୍ଡା ଯୋଗଦେଇ ଉଭୟ ଲିସା ଓ ଏଆଇ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଇଥିଲେ। ଏଆଇ ଆଙ୍କର ଲିସାର ଯୋଗଦାନ ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଘଟଣା ହେବ ବୋଲି ଓଟିଭି ପକ୍ଷରୁ ଆଶା କରାଯାଉଛି।
Powered by Froala Editor