ବାହା ହେଲେ ସାରଥୀଙ୍କ ପାଳିତ ପୁଅ, ୯୦ ଲକ୍ଷର ହୀରା ହାରକୁ ନେଇ ଚର୍ଚ୍ଚା
ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କର ଶନିବାର ଦିନ ପାରାଦୀପ ଉପକଣ୍ଠ ବାଲଡିଆ ଗାଁରେ ବାହାଘର ହୋଇଛି। ବିବାହ ଉତ୍ସବରେ ସାମିଲ ହେଲେ ନାହିଁ ସାରଥୀ । ତେବେ ବାହାଘରରେ ୯୦ ଲକ୍ଷ ଟଙ୍କାର ଏକ ହୀରା ହାର ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।
ବାଲଡିଆ ଗାଁର ଅଶୋକ ସେନାପତିଙ୍କ ଝିଅଙ୍କ ସହ ତାଙ୍କର ବିବାହ ହୋଇଛି। ଶନିବାର ସକାଳୁ ଏହି ଖବର ପ୍ରଚାର ହେବା ପରେ ସତ୍ୟମଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ। ରାସ୍ତାରେ କିଛି ଲୋକ ସତ୍ୟମଙ୍କ ସହ ସେଲ୍ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଚାର ହେଉଥିଲା ଯେ, ସାରଥି ମଧ୍ୟ ଆସିବେ। ମାତ୍ର ଏହି ବିବାହ ଉତ୍ସବରେ ତାଙ୍କ ଦେଖା ମିଳି ନଥିଲା।
Powered by Froala Editor