ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ଏହି ଫ୍ୟାନରେ ବାଜିବ ଆଲାରାମ
ଅନେକ ଲୋକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥାନ୍ତି | କିନ୍ତୁ ବର୍ତ୍ତମାନ ପଙ୍ଖା ଯୋଗେ ଆତ୍ମହତ୍ୟା କରିବା ସମ୍ଭବ ହେବ ନାହିଁ। କାରଣ ଉତ୍ତରପ୍ରଦେଶର ଗୋରଖପୁର ଆଇଟିଏମ୍ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ଏଭଳି ଏକ ସ୍ମାର୍ଟ ୱେୟାରଲେସ ସିଲିଂ ଫ୍ୟାନ୍ ରଡ୍ ତିଆରି କରିଛନ୍ତି ଯାହା ଆତ୍ମହତ୍ୟା ଉଦ୍ୟମ ହେବା ମାତ୍ରେ ସତର୍କ କରାଇଦେବ । ଏହି ୱେୟାରଲେସ ସିଲିଂ ଫ୍ୟାନକୁ ଆଇଟିଏମ୍ ଇଞ୍ଜିନିୟରିଂ କଲେଜ ବି.ଟେକ୍ କମ୍ପ୍ୟୁଟର ସାଇନ୍ସର ଚାରିଜଣ ଛାତ୍ର ଅବିନାଶ, ବରୁଣ, ଅନୁରାଗ ପାଣ୍ଡେ, ଅନୁପ୍ରାଶ ଗୌତମ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।
ଏନେଇ ଛାତ୍ରମାନଙ୍କ କହିବା କଥା ଯେ ଏହି ଉପକରଣ ଟ୍ରାନ୍ସମିଟର ଏବଂ ସେନସର ଉପରେ ଆଧାରିତ | ଏହି ୱେୟାରଲେସ ସିଲିଂ ଫ୍ୟାନରେ ଲାଗିଥିବା ଟ୍ରାନ୍ସମିଟର ସେନସର ସ୍ପ୍ରିଙ୍ଗ ଉପରେ ୩୦ କିଲୋଗ୍ରାମରୁ ଅଧିକ ଓଜନର ଚାପ ପ୍ରୟୋଗ ହେବା ମାତ୍ରେ ଏହା ତଳକୁ ଝୁଲିଆସିଥାଏ ଓ ୧୦୦ ମିଟର ଦୂରରେ ରଖାଯାଇଥିବା ରିସିଭରକୁ ଆଲାର୍ମ ସହିତ ରୁମ୍ ନମ୍ବର ସୂଚନା ପଠାଏ | ଏହି ଫ୍ୟାନ୍ ରିସିଭର୍ ହୋଟେଲ କିମ୍ବା ଗେଷ୍ଟ ହାଉସରେ ଲାଗିବ | ଯାହାଦ୍ୱାରା ହୋଟେଲର କୌଣସି ରୁମରେ ଯଦି କେହି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥାନ୍ତି, ତେବେ ଏହା ସଂଗେ ସଂଗେ ଆଲାର୍ମ ବଜାଇ ହୋଟେଲ କର୍ମଚାରୀଙ୍କୁ ସୂଚନା ଦେଇପାରିବ | ହୋଟେଲ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫ୍ୟାନରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଜୀବନ ରକ୍ଷା କରିପାରିବେ। ଏହାକୁ ତିଆରି କରିବାକୁ ଏକ ମାସ ସମୟ ଲାଗିଥିଲା ଏବଂ ଏଥିପାଇଁ ୭୫୦ ଟଙ୍କା ଖର୍ଚ୍ଚ ହୋଇଛି
Powered by Froala Editor