ଯଦି ସତ ହୁଏ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...ବିନାଶ ହେବ!
ବୁଲଗେରିଆର ବାବା ଭେଙ୍ଗା । ଯାହାଙ୍କ ଭବିଷ୍ୟବାଣୀ ଆତଙ୍କ ସୃଷ୍ଟି କରିଦିଏ । ବାବା ଭେଙ୍ଗା ନିଜ ଭବିଷ୍ୟବାଣୀ ୧୧୧ବର୍ଷ ପୂର୍ବରୁ କରିଦେଇଥିଲେ । ଯାହାକୁ ନେଇ ସାରା ବିଶ୍ବରେ ଭୟର ବାତାବରଣ ଅଛି । ହେଲେ ଆଗାମୀ ବର୍ଷ ନେଇ ସେ ଯେଉଁ କଥା କହିଛନ୍ତି ତାହାକୁ ନେଇ ଭୟ ସଞ୍ଚାର ହୋଇଛି । କାରଣ ସେ ପୂର୍ବରୁ ବି ଯାହା କହିଥିଲେ ସେଥିରୁ କିଛି ସତ ହୋଇଥିଲା । ଏବେ ଯଦି ତାଙ୍କ କଥା ସତ ହୁଏ ତେବେ ଭୟଙ୍କର ପରିଦସ୍ଥିତି ଉପୁଜିବ ବୋଲି କୁହାଯାଉଛି ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୩ରେ ପୃଥିବୀର କକ୍ଷ ବଦଳିଯିବ । ଯାହାଦ୍ବାରା ପୂରା ବିଶ୍ବକୁ ଗମ୍ଭୀର ଭାବେ କ୍ଷତି ପହଞ୍ଚିପାରେ । ସବୁଠାରୁ ଚିନ୍ତା ଜନକ ଭବିଷ୍ୟବାଣୀରୁ ଗୋଟିଏ ହେଲା ସୌର ଝଡ଼ ବିଷୟରେ ରହିଛି, ଯାହା ବିନାଶର କାରଣ ହୋଇପାରେ । ସୌର ଝଡ଼ର ଅର୍ଥ ସୂର୍ଯ୍ୟରୁ ବାହାରୁଥିବା ଉର୍ଜାର ବିସ୍ଫୋଟ ଅଟେ, ଯେଉଁଥିରେ କେତେକ ବିପଦପୂର୍ଣ୍ଣ ରେଡିୟଶନ ପୃଥିବୀ ଉପରେ ପଡ଼ିବ । ଏହାର ପ୍ରଭାବ ଶତାଧିକ ପରମାଣୁ ବୋମା ଭଳି ଶକ୍ତିଶାଳୀ ଏବଂ ଘାତକ ହୋଇପାରେ ।
ବାବା ଭେଙ୍ଗାଙ୍କ କେତେକ ଭବିଷ୍ୟବାଣୀ ଏବେ ପର୍ଯ୍ୟନ୍ତ ସତ ସାବ୍ୟସ୍ତ ହୋଇସାରିଛି । ଏଥିଲାଗି ପ୍ରତ୍ୟେକ ବର୍ଷ ଆରମ୍ଭ, ମଧ୍ୟ ଏବଂ ଶେଷରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ସବୁବେଳେ ହୋଇଥାଏ ।
Powered by Froala Editor