ଆମ୍ବର ଔଷଧୀୟ ଗୁଣ....

ଫଳର ରାଜା ଆମ୍ବ । ଖରା ଦିନରେ ଆମ୍ବ କାହାକୁ ବା ଭଲ ନଲାଗେ । ଖରା ଦିନରେ ଏହି ଫଳ ବଜାରରେ ପସରା ମେଲାଇଥାଏ । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ଏହି ଫଳରେ ରହିଛି ଅନେକ ଔଷଧୀୟ ଗୁଣ ।
ଆମ୍ବରେ ପ୍ରାୟ ୨୦ ଟି ବିଭିନ୍ନ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଥାଏ
ଉଭୟ କଂଚା ଓ ପାଚିଲା ଆମ୍ବରେ ପୌଷ୍ଟିକ ତତ୍ୱ ଭରପୁର ଥାଏ
ଏହା ରୋଗ ପ୍ରତିରୋଧକ ଶକ୍ତିରେ ସାହାଯ୍ୟ କରିଥାଏ
ଏସିଡିଟି ସମସ୍ୟା ଥିଲେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ
ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ
କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ଉଜ୍ୱଳ ହୁଏ
ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ
ମଧୁମେହ ରୋଗରେ ପୀଡିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ
ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ
କର୍କଟ, ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ଭଳି ଅନେକ ରୋଗକୁ ରୋକିପାରେ
ଆମ୍ବ ଟାକୁଆରେ ସାଇଟ୍ରିକ୍ ଏସିଡ୍ ଥାଏ
ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବାରେ ସହାୟକ ହୋଇଥାଏ
ଓଜନ କମାଇବାରେ ସାହାଯ୍ୟ କରେ
ଶରୀରରେ କ୍ୟାଲସିୟମ ବଢାଇବା ସହିତ ହାଡକୁ ମଜବୁତ କରିଥାଏ
ଓଜନ କମାଇବାରେ ସାହାଯ୍ୟ କରେ
ଯଦି ଆପଣ ବିଷଦଗ୍ରସ୍ତ ତେବେ କଞ୍ଚା ଆମ୍ବ ଚଟଣୀ ବା ଅନ୍ୟ ରୂପରେ ଏହାକୁ ଏହାକୁ ଖାଇପାରିବେ
Powered by Froala Editor