+୨ ରେଜଲ୍ଟ ତାରିଖ ଘୋଷଣା ହେବ ମେ ୨୮ରେ

ଭୁବନେଶ୍ଵର : ମେ ୨୮ରେ ଘୋଷଣା ହେବ +୨ ରେଜଲ୍ଟ ତାରିଖ। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରକାଶ ପାଇବ। ଏହାପରେ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାରିବ । ସେହିପରି ମେ ୩୦ ଓ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିବ। ଜୁନ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ଫଳାଫଳ ବାହାରିବ ବୋଲି ସୂଚନା ମିଳିଛି।
ପ୍ରକାଶ ଥାଉକି, ୩ ଦିନ ପରେ ଅର୍ଥାତ୍ ମେ ୨୯ ରୁ ଖୋଲିବ ସାମ୍ସ ପୋର୍ଟାଲ । ଏଥିସହ ଏହି ପୋର୍ଟାଲ ଯୋଗେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ପିଲାମାନେ ଜୁନ ୨୦ ଯାଏଁ ନାମଲେଖା ଆବେଦନ କରିପାରିବେ । ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥର ସ୍ପଟ୍ ଆଡ଼ମିଶନରେ ସ୍ୱଚ୍ଛତା ପାଇଁ ଅନ୍ଲାଇନ୍ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୯ ଜୁଲାଇରୁ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବ।
Powered by Froala Editor