ଦିନ ସାଢେ ୧୧ ଟା ସୁଦ୍ଧା ଭୁବନେଶ୍ଵରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା

ଭୁବନେଶ୍ଵର : ଦିନ ସାଢେ ୧୧ ଟାରୁ ଅସମ୍ଭାଳ ତାତି। ରାଜଧାନୀ ଭୁବନେଶ୍ଵରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ। ସେହିପରି ସମ୍ବଲପୁରରେ ୩୯.୨ ଡ଼ିଗ୍ରୀ, ଝାରସୁଗୁଡାରେ ୩୮.୪ଡ଼ିଗ୍ରୀ, ହୀରାକୁଦରେ ୩୭.୪ଡ଼ିଗ୍ରୀ, ଚାନ୍ଦବାଲିରେ ୩୫.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୫.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୫.୦ ଡ଼ିଗ୍ରୀ, ପୁରୀରେ ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଅନେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଗରମ ଗୁଳୁଗୁଳିରୁ ତ୍ରାହି ପାଇବାକୁ ଲୋକେ ବର୍ଷାକୁ ଅପେକ୍ଷା କରିଥିବା ବେଳେ ଅନ୍ତତଃ ପକ୍ଷେ ରଜ ପର୍ୟ୍ୟନ୍ତ ଏଥିରୁ ନିସ୍ତାର ନ ମିଳିବା ନେଇ ଆକଳନ କରାଯାଇଛି। ମୁଖ୍ୟତଃ ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଥିବା ଜଣାପଡ଼ିଛି। ତେଣୁ ମୌସୁମୀ ଛୁଇଁବା ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି।
Powered by Froala Editor