ଏପ୍ରିଲ ୨୧ରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଲାଗି ଛୁଟି ଘୋଷଣା
ଭୁବନେଶ୍ୱର: ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟିରେ ରଖି ବଡ ଘୋଷଣା କଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୨୧ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଲାଗି ଛୁଟି ଘୋଷଣା କରାଯାଇଛି। କେବେ ସ୍କୁଲ ଖୋଲିବ ସେ ନେଇ ସଂପୃକ୍ତ ବିଭାଗ ନିଷ୍ପତ୍ତି ବୋଲି ସୂଚନା ମିଳିଛି।
ସୂଚନା ମୁତାବକ, ରାଜ୍ୟରେ ଏବେ ଗ୍ରୀଷ୍ମ ବଢିଛି । ୧୮ଟି ସହର ୪୦ ଡିଗ୍ରୀ ଉପରେ ରହିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୨୧ ତାରିଖ ଅର୍ଥାତ ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
ଉଲ୍ଳେଖ ଯୋଗ୍ୟ ଯେ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଦୁଇ ଦିନ( ବୁଧବାର ଏବଂ ଗୁରୁବାର ) ସ୍କୁଲ ବନ୍ଦ ଘୋଷଣା କରାଯାଇଥିଲା । ଶୁକ୍ରବାରଠୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକୁ ଖରା ଛୁଟି ଘୋଷଣା କରାଯାଇଛି।
Powered by Froala Editor