ଆହୁରି ଦୁଇ ଦିନ ତାତିରୁ ମିଳିବନି ତ୍ରାହି
ଭୁବନେଶ୍ୱର : ତାତିରୁ ମିଳିବନି ତ୍ରାହି । ଆହୁରି ଦୁଇ ଦିନ କଲବଲ କରିବ ଖରା । ୧୧ ଜିଲ୍ଲାକୁ ହିଟ୍ଓ୍ୱେଭ୍ ସତର୍କ ଜାରି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ଦୁଇ ଦିନ ହିଟ୍ଓ୍ୱେଭ୍ ଲାଗିରହିବ । କିନ୍ତୁ ୨୨ ତାରିଖ ପରେ ପ୍ରଚଣ୍ଡ ତାତିରୁ ମିଳିପାରେ ତ୍ରାହି । ଦୁଇ ଦିନ ପରେ ତାପମାତ୍ରା ଖସିବାର ସମ୍ଭାବନା ରହିଛି । ପ୍ରାୟତଃ ୩-୪ ଡିଗ୍ରୀ କମିପାରେ ତାପମାତ୍ରା । ଯାହାଫଳରେ ଖରାରେ ଛଟପଟ ହେଉଥିବା ଲୋକଙ୍କୁ ମିଳିବ ତ୍ରାହି ।
Powered by Froala Editor