ବିଫଳତାରୁ ସଫଳତାର ପାହାଚ : ଦଶମରେ ଫେଲ ହୋଇବି ଆଇଏଏସ୍ ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ...
ଉଦ୍ୟମ ଥିଲେ ସବୁ ଅସମ୍ଭବ ସମ୍ଭବ ହେବ । ଯାହାର ଉଦାହରଣ ହେଉଛନ୍ତି ଆଇଏଏସ୍ ଅଧିକାରୀ ଅଞ୍ଜୁ ଶର୍ମା । ୧୯୯୧ବ୍ୟାଚ୍ ଗୁଜୁରାଟର କ୍ୟାଡର ଆଇଏଏସ୍ ଅଧିକାରୀ ଅଞ୍ଜୁ ଶର୍ମା ଦଶମ ଶ୍ରେଣୀ ପ୍ରି ବୋର୍ଡ ପରୀକ୍ଷାରେ ରସାୟନ ବିଜ୍ଞାନରେ ଏବଂ ପରେ ଦ୍ୱାଦଶ ଶ୍ରେଣୀରେ ଅର୍ଥନୀତି ପରୀକ୍ଷାରେ ଫେଲ୍ ହୋଇଥିଲେ। ଦୁଇ ଦୁଇ ଥର ଅସଫଳ ହୋଇ ବି ସେ ହାର୍ ମାନି ନ ଥିଲେ। ବରଂ ବିଫଳତାରୁ ଶିକ୍ଷା ନେଇ ନିଜ ଲକ୍ଷ୍ୟରେ ଆଗକୁ ବଢ଼ିଥିଲେ। ଅଦମ୍ୟ ପରିଶ୍ରମ ତାଙ୍କୁ ସଫଳତାର ସ୍ବାଦ ଚଖାଇଲା। ସେ ଆଇଏଏସ୍ ଅଧିକାରୀ ବନି ଅନେକଙ୍କ ପାଇଁ ଉଦାହରଣ ପାଲଟିଲେ।
ଅଞ୍ଜୁ ଶର୍ମା ଏକ ସାକ୍ଷାତକାରରେ କହିଥିଲେ ଯେ, ଦଶମ ଓ ଦ୍ବାଦଶରେ ଫେଲ୍ ହେବା ପରେ ମୁଁ ଜାଣିପାରିଥିଲି ଯେ ପରୀକ୍ଷାର ଠିକ ପୂର୍ବରୁ ପାଠ ପଢ଼ିଲେ ମୋତେ ସଫଳତା ମିଳିବ ନାହିଁ। ମୁଁ ଦୁଇ ଥର ଫେଲ ହୋଇଥିଲି କାରଣ ମୁଁ ପରୀକ୍ଷାର ପୂର୍ବଦିନ ପାଠ ପଢ଼ିବାକୁ ବସୁଥିଲି, ଯାହା ଭୁଲ ଥିଲା। ଦ୍ବାଦଶ ପରେ ମୁଁ ବିଏସସି ପାଠ ପଢ଼ିବା ସହ ୟୁପିଏସସି ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଥିଲି। ଏହି କାରଣରୁ ପ୍ରଥମ ଚେଷ୍ଟାରେ ମୁଁ ୨୨ବର୍ଷରେ ୟୁପିଏସସି ପରୀକ୍ଷା ପାସ୍ କରିଥିଲି।
Powered by Froala Editor