ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ନୂଆଦିଲ୍ଲୀ: ୧୯୪୮ ମସିହାରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ସଭା ସଂଚାଳନା କରିଥିଲା, ଯାହା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦେଇଥିଲା । ୧୯୫୦ ମସିହା, ଏପ୍ରିଲ ୭ ତାରିଖରେ ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ପ୍ରତି ବର୍ଷ ଏହି ଦିବସ ପାଳିତ ହେଉଛି । ସ୍ୱାସ୍ଥ୍ୟ କେବଳ ଶାରୀରିକ ସୁସ୍ଥତା ନାହିଁ, ମାନସିକ ଓ ସାମାଜିକ ସୁସ୍ଥତାକୁ ମଧ୍ୟ ବୁଝାଏ । ଯଦି ଜଣେ ବ୍ୟକ୍ତି ଏ ସବୁର ଅଧିକାରୀ, ତେବେ ତାଙ୍କୁ ସୁସ୍ଥ ବୋଲି କୁହାଯିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ସ୍ୱାସ୍ଥ୍ୟ ହେଉଛି ମଣିଷର ସୁଖ ଓ ସୁସ୍ଥତାର ମୂଳପିଣ୍ଡ । ଅର୍ଥନୈତିକ ବିକାଶରେ ମଧ୍ୟ ଏହାର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । କାରଣ ସୁସ୍ଥ ବ୍ୟକ୍ତି ଦୀର୍ଘାୟୁ ହେବା ସହିତ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି । ତେଣୁ ସାଧାରଣ ସ୍ୱାସ୍ଥ୍ୟ ଓ ବିଶ୍ୱ କଲ୍ୟାଣ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ।’ ବିଶ୍ୱର ଶେଷ ବ୍ୟକ୍ତି ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏହି ବିଷୟର ଲକ୍ଷ୍ୟ ।
Powered by Froala Editor