ଏହି ୟୁଟ୍ୟୁବରଙ୍କ ଉପରେ ଏନଏସଏ ଲାଗୁ
ନୂଆଦିଲ୍ଲୀ: ୟୁଟ୍ୟୁବର ମନୀଷ କଶ୍ୟପଙ୍କ ଉପରେ ଏନଏସଏ ଲାଗୁ କରିଛି ତାମିଲନାଡୁ ପୁଲିସ । ବିହାରର କିଛି ଦିନମଜୁରିଆଙ୍କୁ ତାମିଲନାଡୁରେ ଆକ୍ରମଣ ଘଟଣାର ଫେକ୍ ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ଏପରି କଡା କାର୍ୟ୍ୟାନୁଷ୍ଠନ ଗ୍ରହଣ କରିଛି ପୁଲିସ ।
ତାମିଲନାଡୁରେ ପ୍ରବାସୀ ଦିନ ମଜୁରିଆଙ୍କୁ ଆକ୍ରମଣ କରାଯିବାର ମିଛ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ମାମଲାରେ ମନୀଷ କଶ୍ୟପଙ୍କୁ ଏପ୍ରିଲ ୧୯ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ପଠାଯାଇଛି । ଏହା ପୂର୍ବରୁ ମନୀଷଙ୍କୁ ପୁଲିସ କଷ୍ଟଡିରେ ପଠାଯାଇଥିଲା । ଏହି ମାମଲାରେ ମନୀଷଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ପାଲଟା ଅପିଲ କରାଯାଇଛି ।
Powered by Froala Editor